ଏଲିଟ୍ କ୍ଲବରେ ସାମିଲ୍ ହେଲେ ଋଦ୍ଧିମାନ ସାହା

କୋଲକାତା: ଭାରତୀୟ କ୍ରିକେଟ୍ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ବାଂଲାଦେଶ ଦିବାରାତ୍ର ଟେଷ୍ଟରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଭାରତର ପଞ୍ଚମ ୱିକେଟକିପର ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ସଫଳତା ଅର୍ଜନ କରିଛନ୍ତି। ଏହି ମାଇଲଖୁଣ୍ଟ ସେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ହାସଲ କରିଛନ୍ତି। ୩୫ ବର୍ଷୀୟ ସାହା ବାଂଲାଦେଶର ପ୍ରଥମ ଇନିଂସରେ ଦୁଇଟି କ୍ୟାଚ୍ ନେଇଛନ୍ତି। ଉମେଶ ଯାଦବଙ୍କ ବଲରେ ସାହା ବାଂଲାଦେଶର ଓପନିଂ ବ୍ୟାଟ୍ସମ୍ୟାନ୍ ଶାଦମାନ୍ ଇସଲାମ କ୍ୟାଚ୍ ନେଇ ନିଜର […]

saha

Ranjit Kumar Jena
  • Published: Friday, 22 November 2019
  • , Updated: 22 November 2019, 08:06 PM IST

କୋଲକାତା: ଭାରତୀୟ କ୍ରିକେଟ୍ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ବାଂଲାଦେଶ ଦିବାରାତ୍ର ଟେଷ୍ଟରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଭାରତର ପଞ୍ଚମ ୱିକେଟକିପର ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ସଫଳତା ଅର୍ଜନ କରିଛନ୍ତି। ଏହି ମାଇଲଖୁଣ୍ଟ ସେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ହାସଲ କରିଛନ୍ତି।

୩୫ ବର୍ଷୀୟ ସାହା ବାଂଲାଦେଶର ପ୍ରଥମ ଇନିଂସରେ ଦୁଇଟି କ୍ୟାଚ୍ ନେଇଛନ୍ତି। ଉମେଶ ଯାଦବଙ୍କ ବଲରେ ସାହା ବାଂଲାଦେଶର ଓପନିଂ ବ୍ୟାଟ୍ସମ୍ୟାନ୍ ଶାଦମାନ୍ ଇସଲାମ କ୍ୟାଚ୍ ନେଇ ନିଜର ୧୦୦ତମ ସଫଳତା ପାଇଥିଲେ। ଏହା ପରେ ସେ ମହମଦୁଲ୍ଲାଙ୍କ କ୍ୟାଚ୍ ମଧ୍ୟ ନେଇଥିଲେ।

ଟେଷ୍ଟ କ୍ରିକେଟରେ ସାହା ଏପର୍ଯ୍ୟନ୍ତ ୧୦୧ ସଫଳତା ପାଇଛନ୍ତି। ତେବେ ଏହି ମାମଲାରେ ଭାରତର ମହେନ୍ଦ୍ର ସିଂହ ଧୋନି ଆଗରେ ଅଛନ୍ତି। ଧୋନି ଟେଷ୍ଟରେ ୨୯୪ ସଫଳତା ନେଇ ଆଗରେ ରହିଛନ୍ତି। ତାଙ୍କ ପରେ ସୟଦ କିରମାନୀ, କିରନ୍ ମୋରେ ଏବଂ ନୟମ ମୋଙ୍ଗିଆ ୧୦୦ରୁ ଅଧିକ ସଫଳତା ହାସଲ କରିଛନ୍ତି।

Related story