ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଟିମ୍ ଇଣ୍ଡିଆ ଟେଷ୍ଟ୍ ଟିମ୍ର ନିୟମିତ ଖେଳାଳି ରିଦ୍ଧିମାନ ଶାହାଙ୍କ କ୍ରିକେଟ୍ କ୍ୟାରିୟର୍ ଏବେ ସଂକଟରେ । ଆସନ୍ତା ମାସରେ କାନ୍ଧ ଅପରେସନ୍ ପାଇଁ ସେ ଲଣ୍ଡନ ଗସ୍ତ କରିବେ। ସେ ଏବେ ୨ ମାସ ପର୍ଯ୍ୟନ୍ତ ବେଡ୍ ରେଷ୍ଟରେ ରହିବେ। ଆହତ ହୋଇଥିବା କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରୁ ବାଦ୍ ଦିଆଯାଇଛି। କୁହାଯାଉଛି ଚଳିତ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ ପର୍ଯ୍ୟନ୍ତ ରିଦ୍ଧିମାନ ଶାହା ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନଥିବେ। ଆଇପିଏଲ୍ ବେଳେ ରିଦ୍ଧିମାନ ଶାହା ଆହତ ହୋଇଥିଲେ।
ଅନ୍ୟପଟେ ରିଦ୍ଧିମାନଙ୍କ ସ୍ଥାନରେ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ପ୍ରଥମ ଥର ପାଇଁ ଟେଷ୍ଟ୍ ଟିମ୍ରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ଏହାସହ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ମିଳିଛି। ଏହି ୫ଟିକିଆ ଟେଷ୍ଟ ସିରିଜ୍ରେ ୱିକେଟ୍ କିପିଂ ପାଇଁ କାର୍ତ୍ତିକ ଟିମ୍ ଇଲେଭେନ୍ରେ ସ୍ଥାନ ପାଇବାକୁ ଥିବା ବେଳେ ରିଷଭ ପନ୍ତ ମଧ୍ୟ ଅତି କମରେ ଗୋଟିଏ ମ୍ୟାଚ୍ରେ ସୁଯୋଗ ପାଇ ପାରନ୍ତି। ତେଣୁ ଯଦି ଏହି ଦୁଇ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣଙ୍କର ପ୍ରଦର୍ଶନ ଭଲ ରୁହେ ତେବେ ସେହି ଖେଳାଳି ଆଗାମୀ ଦିନରେ ବାରତୀୟ ଟିମ୍ର ନିୟମିତ ୱିକେଟ୍ କିପର୍ ହେବେ ଏଥିରେ ସନ୍ଧେହ ନାହିଁ। ରିଦ୍ଧିମାନ ଶାହାଙ୍କ ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ। ଏପରି ପରିସ୍ଥିତିରେ କାର୍ତ୍ତିକ କିମ୍ବା ରିଷଭ ପନ୍ତଙ୍କ ପାଇଁ ଦଳରେ ନିୟମିତ ସଦସ୍ୟ ହେବାର ସୁବର୍ଣ୍ଣ ସୁଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।