ଋଦ୍ଧିମାନ ସାହାଙ୍କ ଅଙ୍ଗୁଳିରେ ଆଘାତ

ରାଞ୍ଚି: ଟେଷ୍ଟ କ୍ରିକେଟରେ ଭାରତର ପ୍ରଥମ ପସନ୍ଦର ୱିକେଟକିପର ଋଦ୍ଧିମାନ ସାହା ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ଆହତ ହୋଇଛନ୍ତି। ଯେଉଁକାରଣରୁ ତୃତୀୟ ଦିବସର ଅନ୍ତିମ ଘଣ୍ଟାର ଖେଳରେ ଋଷଭ ପନ୍ତଙ୍କୁ ୱିକେଟକିପର ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା। ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ନିଜର ଚମତ୍କାର ୱିକେଟକିପିଙ୍ଗ୍ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୩୫ ବର୍ଷୀୟ ସାହାଙ୍କ ଡାହାଣ ହାତର ଅଙ୍ଗୁଳି (ଅନାମିକା)ରେ ଆଘାତ ଲାଗିଛି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ […]

saha

saha

Ranjit Kumar Jena
  • Published: Monday, 21 October 2019
  • Updated: 21 October 2019, 08:43 PM IST

Sports

Latest News

ରାଞ୍ଚି: ଟେଷ୍ଟ କ୍ରିକେଟରେ ଭାରତର ପ୍ରଥମ ପସନ୍ଦର ୱିକେଟକିପର ଋଦ୍ଧିମାନ ସାହା ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ଆହତ ହୋଇଛନ୍ତି। ଯେଉଁକାରଣରୁ ତୃତୀୟ ଦିବସର ଅନ୍ତିମ ଘଣ୍ଟାର ଖେଳରେ ଋଷଭ ପନ୍ତଙ୍କୁ ୱିକେଟକିପର ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା।

ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ନିଜର ଚମତ୍କାର ୱିକେଟକିପିଙ୍ଗ୍ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୩୫ ବର୍ଷୀୟ ସାହାଙ୍କ ଡାହାଣ ହାତର ଅଙ୍ଗୁଳି (ଅନାମିକା)ରେ ଆଘାତ ଲାଗିଛି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସର ୨୭ତମ ଓଭରରେ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ ସାହା ଆହତ ହୋଇଥିଲେ।

ଏ ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ସାହାଙ୍କ ଡାହାଣ ଅଙ୍ଗୁଳିରେ ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କର ଉପଚାର ଚାଲିଛି ଏବଂ ସେ ଭଲ ମଧ୍ୟ ଅଛନ୍ତି। ଆସନ୍ତାକାଲି ସକାଳେ ତାଙ୍କ ଆହତର ଆକଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos