ପୋଚେଫଷ୍ଟ୍ରୁମ୍: ଭାରତୀୟ ଅଣ୍ଡର୍-୧୯ ଟିମର ଷ୍ଟାର୍ ଓପ୍ନର ଯଶସ୍ୱୀ ଜୈଶ୍ୱାଲ୍ ବିଶ୍ୱକପ୍ ଫାଇନାଲରେ ଆଉ ଏକ ଦମଦାର ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଯଶସ୍ୱୀ ଏକ ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି। ଯଶସ୍ୱୀ ଅଣ୍ଡର୍-୧୯ ବିଶ୍ୱକପରେ ପାଞ୍ଚଥର ୫୦ରୁ ଅଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।
ଯଶସ୍ୱୀଙ୍କ ପୂର୍ବରୁ ବ୍ରିଟ୍ ୱିଲିୟମ୍ସ ଓ ସର୍ଫରାଜ ଖାନ୍ ଏହି କାରନାମା କରିଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର୍ ବ୍ରିଟ୍ ୱିଲିୟମ୍ସ ୧୯୮୮ରେ ଏହି କାରନାମା କରିଥିଲେ। ସେହିପରି ଭାରତର ସର୍ଫରାଜ ୨୦୧୬ ବିଶ୍ୱକପରେ ଏହି ରେକର୍ଡ ନିଜ ନାଁରେ କରିଥିଲେ। ଚଳିତ ବିଶ୍ୱକପରେ ଯଶସ୍ୱୀ ଯଥାକ୍ରମେ ୫୯, ୨୯*, ୫୭*, ୬୨, ୧୦୫*, ୮୮ ରନ୍ କରିଛନ୍ତି।
ସେ ମୋଟ ୬ ଇନିଂସରେ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ଏବଂ ଏଥିରେ ଗୋଟିଏ ଶତକ ମଧ୍ୟ ସାମିଲ୍ ଅଛି। ଯଶସ୍ୱୀ ଚଳିତ ସଂସ୍କରଣରେ ୪ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଯଶସ୍ୱୀ ଚଳିତ ସଂସ୍କରଣରେ ୪୦୦ ରନ୍ କରି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ସ୍କୋରର ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।
Guest Column
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଗତି, ଊର୍ଦ୍ଧ୍ୱଗତି ଓ ରାଷ୍ଟ୍ରଭକ୍ତି
ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା।
National
୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା, ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି
ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।