ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: ଯୁବ କ୍ରିକେଟରଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର୍‌-୧୯ ବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପୁଣିଥରେ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟିଛି । ଟିମର ସବୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେବେ ସେମାନେ ଏତେ କମ୍ ବୟସରୁ ଏମିତି ପ୍ରତିଭାଶାଳୀ କ୍ରିକେଟର୍ କେମିତି ହେଲେ। ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରୁଥିବା କିଛି ଖେଳାଳିଙ୍କ ଅତୀତ ଏତେ ସଂଘର୍ଷପୂର୍ଣ୍ଣ ଥିଲା, ଯାହାକୁ ସହଜରେ ବିଶ୍ୱାସ କରିହେବନି। କିନ୍ତୁ ବାସ୍ତବରେ ଏହି ଯୁବ […]

u19

u19

Ranjit Kumar Jena
  • Published: Thursday, 06 February 2020
  • Updated: 06 February 2020, 06:37 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର୍‌-୧୯ ବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପୁଣିଥରେ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟିଛି । ଟିମର ସବୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେବେ ସେମାନେ ଏତେ କମ୍ ବୟସରୁ ଏମିତି ପ୍ରତିଭାଶାଳୀ କ୍ରିକେଟର୍ କେମିତି ହେଲେ। ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରୁଥିବା କିଛି ଖେଳାଳିଙ୍କ ଅତୀତ ଏତେ ସଂଘର୍ଷପୂର୍ଣ୍ଣ ଥିଲା, ଯାହାକୁ ସହଜରେ ବିଶ୍ୱାସ କରିହେବନି। କିନ୍ତୁ ବାସ୍ତବରେ ଏହି ଯୁବ କ୍ରିକେଟର୍ ବହୁତ କଷ୍ଟ କରି ଆଜି ଜୁନିୟର ଟିମରେ ସ୍ଥାନ ହାସଲ କରିଛନ୍ତି ଏବଂ ଭାରତକୁ ବିଶ୍ୱକପରେ ଚାମ୍ପିୟନ୍ ଅଭିମୁଖେ ନେଇଛନ୍ତି। ଅର୍ଥବ ଅଙ୍କୋଲେକର, ଯଶସ୍ୱୀ ଜୈସୱାଲ୍ ଓ କ୍ୟାପଟେନ୍ ପ୍ରିୟମ ଗର୍ଗଙ୍କ ଭଳି ଖେଳାଳିଙ୍କ କାହାଣୀ ଖୁବ୍ ସଂଘର୍ଷମୟ। ତେବେ ଆସନ୍ତୁ ଜାଣିବା ଏହି ଖେଳାଳିମାନଙ୍କର ସଂଘର୍ଷର କାହାଣୀ।

ଅର୍ଥବ ଅଙ୍କୋଲେକର: ମାତ୍ର ୯ ବର୍ଷର ଥିଲା ବେଳେ ଅର୍ଥବ ତାଙ୍କ ବାପାଙ୍କୁ ହରାଇଥିଲେ। ଯାହା ପରେ ତାଙ୍କ ମା'ଙ୍କ ଉପରକୁ ସବୁ ଦାୟିତ୍ୱ ଚାଲିଆସିଥିଲା। ଶାଶୁ, ନଣନ୍ଦ ଏବଂ ଦୁଇ ଝିଅର ଦାୟିତ୍ୱ ଉଠାଇବା ପାଇଁ ତାଙ୍କ ମା' ଛୋଟ ପିଲାମାନଙ୍କୁ ଟ୍ୟୁଶନ୍ କରିଥିଲେ। ଏହାବାଦ୍ ନିଜ ସ୍ୱାମୀଙ୍କ ସ୍ଥାନରେ ମୁମ୍ବାଇ ଇଲେକଟ୍ରୋନିକ୍ସ ଆଣ୍ଡ ଟ୍ରାନ୍ସୋପର୍ଟ (ୱେଷ୍ଟ)ର ବସ୍ କଣ୍ଡକ୍ଟର ଚାକିରି କରି ପୁଅ ଅର୍ଥବଙ୍କୁ କ୍ରିକେଟର୍ କରିଥିଲେ। ଅର୍ଥବଙ୍କ ବାପା ସର୍ବଦା ରାତିରେ ଡ୍ୟୁଟି କରୁଥିଲେ, ଯଦ୍ଦ୍ୱାରା ଦିନ ବେଳା ସେ ନିଜ ପୁଅକୁ ପ୍ରାକ୍ଟିସ୍ କରାଇପାରିବେ। କିନ୍ତୁ ଆଜି ନିଜ ପୁଅକୁ ଜଣେ ସଫଳ କ୍ରିକେଟର୍ ଭାବେ ଦେଖିବା ପାଇଁ ସେ ଏହି ଦୁନିଆରେ ନାହାନ୍ତି।

ନିଜ ସଂଘର୍ଷର କାହାଣୀ ମନେ ପକାଇ ଅର୍ଥବଙ୍କ ମା' କହନ୍ତି ଯେ ମୁଁ ତାକୁ (ଅର୍ଥବ) ମଇଦାନକୁ ନେଉଥିଲି। ମଇଦାନରେ ଅନ୍ୟ ପିଲାମାନେ ଅଭ୍ୟାସ କରିବା ପରେ ଜୁସ୍ ପିଉଥିଲେ କିମ୍ବା ଭଲ ସୁସ୍ୱାଦୁ ଖାଦ୍ୟ ଖାଉଥିଲେ, କିନ୍ତୁ ମୁଁ କେବେବି ତାକୁ ଏସବୁ ଦେଇପାରିଲି ନାହିଁ। କିନ୍ତୁ ଅର୍ଥବଙ୍କ ବନ୍ଧୁଙ୍କର ମାତାପିତା ଏବଂ କୋଚ୍ ତାଙ୍କୁ ବହୁତ ସହାୟତା କରିଥିଲେ। ଏସିଆ କପ୍ ଜିତିବା ପରେ ଅର୍ଥବଙ୍କ ମା' ନିଜ ପୁଅକୁ କୌଣସି ଉପହାର ଦେଇପାରିନଥିଲେ, କିନ୍ତୁ ତା' ପାଇଁ ଭାତ ଏବଂ ଚଣା ଡାଲି ଖାଇବାକୁ ଦେଇଥିଲେ। ତାଙ୍କ ମା' କହନ୍ତି ଯେ ବର୍ତ୍ତମାନ ଆମ ପରିସ୍ଥିତି ପୂର୍ବାପେକ୍ଷା ଉନ୍ନତ ଅଛି। କିନ୍ତୁ ଅତୀତକୁ କେବେବି ଭୁଲି ହେବନି।

ପ୍ରିୟମ ଗର୍ଗ: ମୀରଟ ନିକଟସ୍ଥ ଦୁର୍ଗରେ ରହୁଥିବା ଭାରତୀୟ ଟିମର କ୍ୟାପଟେନ୍ ପ୍ରିୟମ ଗର୍ଗ ମା'ର ଭଲପାଇବା କ'ଣ ଜାଣିନଥିଲେ। କାରଣ ଗର୍ଗ ପିଲାଦିନରୁ ହିଁ ମା'ଙ୍କୁ ହରାଇଥିଲେ। ତିନି ଭଉଣୀ ଓ ଦୁଇ ଭାଇଙ୍କୁ ନେଇ ଗଠିତ ପରିବାରକୁ ପିତା ନରେଶ ଗର୍ଗ ଚଳାନ୍ତି। ତାଙ୍କ ପିତା କ୍ଷୀର ଓ ପେପର ବିକ୍ରି କରିବା ସହ ସ୍କୁଲରେ ଭ୍ୟାନ୍ ଚଲାଇ ପୁଅର ସ୍ୱପ୍ନ ସାକାର କରିଥିଲେ। ଗର୍ଗଙ୍କ କୋଚ୍ ସଞ୍ଜୟ ରସ୍ତୋଗି କହିଛନ୍ତି, ପ୍ରିୟମ ନିଜ ପିତାଙ୍କ ସଂଘର୍ଷ ଦେଖିଛନ୍ତି, ଯିଏ ବହୁତ ଦୂରରୁ ତାକୁ ନେଇକି ଆସୁଥିଲେ। ପିତାଙ୍କର ଏହି କଷ୍ଟ ସର୍ବଦା ପ୍ରିୟମଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଥିଲା। ପ୍ରିୟମ ସର୍ବଦା ନିଷ୍ଠାପର ଭାବେ କ୍ରିକେଟ୍ ଖେଳନ୍ତି। ସେ ଭବିଷ୍ୟତରେ ନିଶ୍ଚିତ ବଡ଼ କ୍ରିକେଟର୍ ହେବେ, କାରଣ ତାଙ୍କ ପାଖରେ ସେହି ଇଚ୍ଛାଶକ୍ତି ଅଛି। ପିତା ନରେଶ ନିଜ ସାଙ୍ଗମାନଙ୍କଠାରୁ କରଜ କରି ପ୍ରିୟମଙ୍କ ପାଇଁ କ୍ରିକେଟ୍ କିଟ୍ ଏବଂ କୋଚିଂ ବ୍ୟବସ୍ଥା କରିଥିଲେ ଏବଂ ତାଙ୍କର ସେହି ପରିଶ୍ରମ ଆଜି ସଫଳ ମଧ୍ୟ ହୋଇଛି।

ଯଶସ୍ୱୀ ଜୈଶ୍ୱାଲ୍‌: ଯଶସ୍ୱୀ ୧୧ ବର୍ଷର ଥିଲା ବେଳେ କ୍ରିକେଟର ହେବାକୁ ମନ ବଳାଇଥିଲେ। ତାଙ୍କ ବାପା ଜଣେ ଛୋଟିଆ ଦୋକାନଟିଏ ଚଳାଉଥିଲେ, ଯେଉଁଥିରେ ପରିବାରରୁ ଚଳାଇବା କଷ୍ଟକର ଥିଲା। ଏଥିପାଇଁ ସେ ମୁମ୍ବାଇକୁ ଚାଲିଆସିଥିଲେ, ଯେଉଁଠାରେ ସେ ତାଙ୍କ ଦାଦାଙ୍କ ସହ ରହିଥିଲେ। ମୁମ୍ବାଇରେ ତାଙ୍କ ଦାଦାଙ୍କର ଏକ ଛୋଟିଆ ଘର ଥିଲା, କିନ୍ତୁ ସେହି ଘରେ ଆଉ ଜଣଙ୍କର ରହିବା ସମ୍ଭବ ନଥିଲା। ଯାହା ପରେ ଯଶସ୍ୱୀ ଏକ ଡାଏରୀ ଫାର୍ମରେ ରହିଥିଲେ। କିନ୍ତୁ ସେଠାରେ ସେ ବେଶୀ ଦିନ ରହିପାରିନଥିଲେ। ଏହା ପରେ ସେ ଆଜାଦ ମଇଦାନରେ ମୁସଲିମ୍ ୟୁନାଇଟେଡ୍ କ୍ଲବରେ ଏକ ଟେଣ୍ଟ ତଳେ ରହିବା ଆରମ୍ଭ କରିଥିଲେ। ପ୍ରାୟ ତିନିବର୍ଷ ଧରି ଏହି ଟେଣ୍ଟ ହିଁ ତାଙ୍କର ଘର ଥିଲା।

ଦୁଇବେଳାର ଖାଦ୍ୟ ଖାଇବା ପାଇଁ ସେ ଫ୍ରୁଟ୍ ଭେଣ୍ଡର ପାଖରେ କାମ କରୁଥିଲେ। ଏହାଛଡ଼ା ସେ ରାତିରେ ଗୁପଚୁପ୍ ବିକ୍ରି ଆବଶ୍ୟକ କ୍ରିକେଟ୍ ସାମଗ୍ରୀ କିଣୁଥିଲେ। ଏହିପରି ସଂଘର୍ଷପୂର୍ଣ୍ଣ ଜୀବନ ବିତାଇବା ସତ୍ତ୍ୱେ ବି ସେ କ୍ରିକେଟ୍ ଖେଳ ଜାରି ରଖିଥିଲେ। ତେବେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ କୋଚ୍ ଜ୍ୱାଲା ସିଂହ ଖୁବ୍ ସହାୟତା କରିଥିଲେ। ଜ୍ୱାଲାଙ୍କ ମାର୍ଗଦର୍ଶନରେ ଯଶସ୍ୱୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ବିଶ୍ୱର ସବୁଠାରୁ ମହଙ୍ଗା କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିଏଲ୍ ପାଇଁ ଯଶସ୍ୱୀଙ୍କୁ ଏଥର ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଥିଲା। ତାଙ୍କର ବେସ୍ ପ୍ରାଇସ୍ ୮୦ଲକ୍ଷ ଟଙ୍କା ଥିଲା। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଯୁବ ବିଶ୍ୱକପରେ ସେ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ମଧ୍ୟ ଅଛନ୍ତି। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ତାଙ୍କର ଆକର୍ଷଣୀୟ ଶତକ ବଳରେ ଭାରତ ଫାଇନାଲ୍ ମୁକାବିଲାରେ ସ୍ଥାନ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story