ଯୁବରାଜ ପାଳିଲେ ୩୫ ତମ ଜନ୍ମ ଦିନ

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ ଟିମ୍‌ର ସିକ୍ସର କିଂଗ ଭାବେ ପରିଚିତ ଯୁବରାଜ ସିଂହ ତାଙ୍କର ୩୫ ତମ ଜନ୍ମ ଦିନ ପାଳିଛନ୍ତି। ଏଥର ସେ ତାଙ୍କ ଜନ୍ମ ଦିନକୁ ପତ୍ନୀ ହେଜଲ କିଚ୍‌ ଓ ପରିବାର ଲୋକଙ୍କ ଗହଣରେ ପାଳିଛନ୍ତି। ପଞ୍ଜାବ ଚଣ୍ଡିଗଡରେ ୧୯୮୧ ଡିସେମ୍ୱର ୧୨ ତାରିଖରେ ଯୁବରାଜ ଜନ୍ମ ଗ୍ରହଣ କରିଥିଲେ। କ୍ରିକେଟ୍‌ କ୍ୟାରିଅରରେ ସେ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛନ୍ତି। କ୍ୟାନସର ପରି ମାରାତ୍ମକ ରୋଗକୁ ପରାସ୍ତ କରି ପୁଣି […]

yuvrajsingh

Rakesh Mallick
  • Published: Monday, 12 December 2016
  • , Updated: 13 December 2016, 07:22 AM IST

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ ଟିମ୍‌ର ସିକ୍ସର କିଂଗ ଭାବେ ପରିଚିତ ଯୁବରାଜ ସିଂହ ତାଙ୍କର ୩୫ ତମ ଜନ୍ମ ଦିନ ପାଳିଛନ୍ତି। ଏଥର ସେ ତାଙ୍କ ଜନ୍ମ ଦିନକୁ ପତ୍ନୀ ହେଜଲ କିଚ୍‌ ଓ ପରିବାର ଲୋକଙ୍କ ଗହଣରେ ପାଳିଛନ୍ତି।

ପଞ୍ଜାବ ଚଣ୍ଡିଗଡରେ ୧୯୮୧ ଡିସେମ୍ୱର ୧୨ ତାରିଖରେ ଯୁବରାଜ ଜନ୍ମ ଗ୍ରହଣ କରିଥିଲେ। କ୍ରିକେଟ୍‌ କ୍ୟାରିଅରରେ ସେ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛନ୍ତି। କ୍ୟାନସର ପରି ମାରାତ୍ମକ ରୋଗକୁ ପରାସ୍ତ କରି ପୁଣି କ୍ରିକେଟ୍‌କୁ ଫେରିଛନ୍ତି।

ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଷ୍ଟୁଆଟ୍‌ ବ୍ରଡ୍‌ଙ୍କ ଗୋଟିଏ ଓଭରରେ ୬ଟି ଛକା ମାରି ବିରଳ ରେକର୍ଡ ସ୍ଥାପନ କରିଥିଲେ।

Related story