ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ର ପ୍ରସାରଣ କରିବ ୟୁପ୍‌ ଟିଭି

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ଟି-୨୦ ମ୍ୟାଚ୍‌ରେ ପ୍ରସାରଣ ଅଧିକାର ୟୁପ୍‌ଟିଭି ହାତେଇଛି। ଏହି ଟିଭି ମୁଖ୍ୟତଃ ଇଣ୍ଟରନେଟ ମାଧ୍ୟମରେ ପ୍ରସାରଣ କରିଥାଏ। ଏହି ଟିଭିର ଲାଇଭ୍‌ ଷ୍ଟ୍ରିମିଂ ଇଣ୍ଟରନେଟ୍‌ ଉପଲବ୍ଧ ଥିବା ସ୍ମାର୍ଟଫୋନ୍‌, ଟ୍ୟାବ୍‌ଲେଟ୍‌ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୟୁପ୍‌ ଟିଭିର ସିଇଓ ତଥା ଫାଉଣ୍ଡର ଉଦୟ ରେଡ୍ଡୀ କହିଛନ୍ତି,“ଆମେ […]

yupptv-LOGO

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:22 PM IST

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ଟି-୨୦ ମ୍ୟାଚ୍‌ରେ ପ୍ରସାରଣ ଅଧିକାର ୟୁପ୍‌ଟିଭି ହାତେଇଛି।

ଏହି ଟିଭି ମୁଖ୍ୟତଃ ଇଣ୍ଟରନେଟ ମାଧ୍ୟମରେ ପ୍ରସାରଣ କରିଥାଏ। ଏହି ଟିଭିର ଲାଇଭ୍‌ ଷ୍ଟ୍ରିମିଂ ଇଣ୍ଟରନେଟ୍‌ ଉପଲବ୍ଧ ଥିବା ସ୍ମାର୍ଟଫୋନ୍‌, ଟ୍ୟାବ୍‌ଲେଟ୍‌ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ୟୁପ୍‌ ଟିଭିର ସିଇଓ ତଥା ଫାଉଣ୍ଡର ଉଦୟ ରେଡ୍ଡୀ କହିଛନ୍ତି,“ଆମେ ଆଶା କରୁଛୁ ୟୁପ୍‌ ଟିଭି ମାଧ୍ୟମରେ ଉପଭୋକ୍ତାମାନେ ଟି-୨୦ର ମଜା ଉଠାଇପାରିବେ। ଏହ ଟିଭି ମାଧ୍ୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ର ଲାଇଭ୍‌ ଓ ଏକ୍ସକ୍ଲ୍ୟୁସିଭ୍‌କୁ କଭ୍‌ରେଜ୍‌ କରିପାରିବେ।”

Related story