ଆଜି ଅବସର ଘୋଷଣା କରିବେ ଯୁବରାଜ!

ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍‌ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍‌ମିଟ୍‌ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ ଏବଂ ବିଶେଷ କରି ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଅବିଶ୍ୱସନୀୟ ଇନିଂସ୍‌ମାନ ଖେଳି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୨୦୦୭ ଟି୨୦ ବିଶ୍ୱକପ୍‌ […]

yuvraj-singh

yuvraj-singh

Subrat Kumar Nayak
  • Published: Monday, 10 June 2019
  • Updated: 10 June 2019, 01:11 AM IST

Sports

Latest News

ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍‌ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍‌ମିଟ୍‌ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ ଏବଂ ବିଶେଷ କରି ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଅବିଶ୍ୱସନୀୟ ଇନିଂସ୍‌ମାନ ଖେଳି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

୨୦୦୭ ଟି୨୦ ବିଶ୍ୱକପ୍‌ ବିଜୟରେ ମଧ୍ୟ ସେନାପତି ସାଜିଥିବା ଯୁବରାଜଙ୍କ ଗୋଟିଏ ଓଭରରେ ୬ଟି ଛକାର ବର୍ଷାକୁ ନେଇ ଆଜି ମଧ୍ୟ ଚର୍ଚ୍ଚା ହୁଏ। ତେବେ ସେ ବର୍ତ୍ତମାନ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ନେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେ ଏହାପରେ ଆଇସିସି ଅନୁମୋଦିତ ଟି୨୦ ଲିଗ୍‌ସବୁରେ ଭାଗନେବେ।

ବିସିସିଆଇ ସହିତ ଜଡ଼ିତ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସେ ବିସିସିଆଇ ସହିତ ଆଲୋଚନା କରି ଜିଟି୨୦ (କ୍ୟାନାଡା), ଆର୍ୟଲ୍ୟାଣ୍ଡର ୟୁରୋ ଟି୨୦ ଏବଂ ହଲାଣ୍ଡରେ ଏକ ଟି୨୦ ଲିଗ୍‌ରେ ଭାଗ ନେବାର ଅଛି। ଯଦିଓ ଏଯାଏ କିଛି ସ୍ପଷ୍ଟ ହୋଇନି ସେ ଅବସର ନେବା କିଛି ଆଶ୍ଚର୍ଯ୍ୟଜନକ ହେବନି। କାରଣ ସେ ୨୦୧୨ ମସିହାରେ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ ଏବଂ ୨୦୧୭ ମସିହାରେ ଶେଷ ଥର ପାଇଁ ଦିନିକିଆ ଓ ଟି୨୦ ଖେଳିଥିଲେ।

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିବା ଉଭୟ ୨୦୧୧ ବିଶ୍ୱକପ୍‌ ଏବଂ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଯୁବରାଜ ପ୍ରମୁଖ ଭୂମିକା ନେଇଥିଲେ। କିନ୍ତୁ ଧୋନି କୁଆଡ଼େ ଯୁବରାଜଙ୍କ କ୍ୟାରିଅର ପାଇଁ କଣ୍ଟା ସାଜିଥିବା ଏକ ସମୟରେ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ କର୍କଟ ରୋଗରେ ପୀଡ଼ିତ ହେବା ପରେ ଧୈର୍ଯ୍ୟର ସହିତ ଏହାର ମୁକାବିଲା କରିବା ଏବଂ ସେଭଳି ସ୍ଥିତିରେ ଭାରତକୁ ବିଶ୍ୱକପ୍‌ ଉପହାର ଦେଇଥିବା ଯୁବରାଜ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସବୁ ସମୟରେ ସ୍ୱତନ୍ତ୍ର ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story