ଶପଥ ପୂର୍ବରୁ ସମ୍ଭାବ୍ୟ ତାଲିକା: ମନ୍ତ୍ରୀପଦ ପାଇଁ ୧୧ ବିଧାୟକଙ୍କ ନାଁ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରୁଛନ୍ତି। ଆସନ୍ତାକାଲି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ବିଶେଷ ସୂତ୍ରରୁ ମିଳିଥିବା ସମ୍ଭାବ୍ୟ ତାଲିକାରେ ୧୧ ଜଣ ମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ରହିଛନ୍ତି ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଖୋର୍ଦ୍ଧା ଜୟଦେବ ବିଧାୟକ ଶଶିଭୂଷଣ ବେହେରା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଭଟଲି ବିଧାୟକ ସୁଶାନ୍ତ ସିଂ, କରଞ୍ଜିଆ ବିଧାୟକ ବିଜୟ ନାୟକ, […]

minister

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 07:24 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରୁଛନ୍ତି। ଆସନ୍ତାକାଲି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ବିଶେଷ ସୂତ୍ରରୁ ମିଳିଥିବା ସମ୍ଭାବ୍ୟ ତାଲିକାରେ ୧୧ ଜଣ ମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ରହିଛନ୍ତି ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଖୋର୍ଦ୍ଧା ଜୟଦେବ ବିଧାୟକ ଶଶିଭୂଷଣ ବେହେରା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଭଟଲି ବିଧାୟକ ସୁଶାନ୍ତ ସିଂ, କରଞ୍ଜିଆ ବିଧାୟକ ବିଜୟ ନାୟକ, ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଭୋଗରେଇ ବିଧାୟକ ଅନନ୍ତ ଦାସ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଏବଂ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର।

ଆସନ୍ତାକାଲି ଏହି ବିଧାୟକମାନେ ବିଧିବଦ୍ଧ ଭାବେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସରକାରଙ୍କ ପକ୍ଷରୁ ଏନେଇ ରାଜଭବନକୁ ଅବଗତ କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ରାଜଭବନର ଅଭିଷେକ ହଲ୍‌ ପ୍ରସ୍ତୁତ ହୋଇ ରହିଛି।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା, ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଇସ୍ତଫା ଦେଇଛନ୍ତି।

Related story