୧୨ ଘଣ୍ଟା ମଧ୍ୟରେ ପପୁଙ୍କୁ ଗିରଫ କରା ନ ଗଲେ ସାରା ରାଜ୍ୟରେ ନିଆଁ ଜଳିବ: ବିଜେପି

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଫେରାର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜନୀତି ଜୋର ଧରିବାରେ ଲାଗିଛି। ଉଭୟ ବିଜେପି ଓ କଂଗ୍ରେସର ମହିଳା ମୋର୍ଚ୍ଚା ପପୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି। ୨୦୧୪ ନିର୍ବାଚନରେ ପପୁଙ୍କୁ ପ୍ରାର୍ଥୀ କରିଥିବା ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ। ୧୨ ଘଣ୍ଟା ମଧ୍ୟରେ ପପୁଙ୍କୁ ଗିରଫ କରା ନ ଗଲେ ସାରା ରାଜ୍ୟରେ ନିଆଁ ଜଳିବ ବୋଲି ବିଜେପି ମହିଳା […]

bjp

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 10:43 PM IST

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଫେରାର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜନୀତି ଜୋର ଧରିବାରେ ଲାଗିଛି। ଉଭୟ ବିଜେପି ଓ କଂଗ୍ରେସର ମହିଳା ମୋର୍ଚ୍ଚା ପପୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି। ୨୦୧୪ ନିର୍ବାଚନରେ ପପୁଙ୍କୁ ପ୍ରାର୍ଥୀ କରିଥିବା ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ। ୧୨ ଘଣ୍ଟା ମଧ୍ୟରେ ପପୁଙ୍କୁ ଗିରଫ କରା ନ ଗଲେ ସାରା ରାଜ୍ୟରେ ନିଆଁ ଜଳିବ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି, “କଳାରେ କଳଙ୍କ ଲଗାଇଥିବା ପପୁଙ୍କୁ ନେଇ ସାରା ରାଜ୍ୟରେ ମହିଳା କ୍ଷୁବ୍ଧ। ନିଜେ ନାବାଳିକା ଏ ସମ୍ପର୍କରେ କହିବା ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେବା ପରେ ଆଉ କ’ଣ ତଥ୍ୟ ଦରକାର ତାଙ୍କୁ ଗିରଫ କରିବାକୁ। ୧୨ ଘଣ୍ଟା ମଧ୍ୟରେ ପପୁଙ୍କୁ ଗିରଫ କରା ନ ଗଲେ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ନିଆଁ ଜଳିବ।”

କଂଗ୍ରେସ ମହିଳା ମୋର୍ଚ୍ଚା ମଧ୍ୟ ପପୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି, “ପପୁଙ୍କୁ ଶୀଘ୍ର ଗିରଫ କରାଯାଉ। ରାଜ୍ୟର ସ୍ଥିତିକୁ ଦେଖି ଆମେ ଆଜି ରାଜରାସ୍ତାକୁ ଓହ୍ଲାଇଛୁ। ରାଜ୍ୟରେ ମହିଳାମାନେ ଆଜି ଅସୁରକ୍ଷିତ।”

ଏହି ଘଟଣାରୁ ବିଜେଡି ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ବେଳେ ପପୁଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଏପରି କାର୍ଯ୍ୟ ପାଇଁ ହେଉ କି ବିଶୃଙ୍ଖଳା ହେଉ ପୂର୍ବରୁ ଦଳ ଯେପରି ନିଷ୍ପତ୍ତି ନେଇଛି। ଘଟଣାରେ ମଧ୍ୟ ସେପରି ନିଷ୍ପତ୍ତି ନିଆଯିବ। ସମୟ ଆସିବ ଦଳର ସଭାପତି ଉଚିତ ସମୟରେ ଉଚିତ ନିଷ୍ପତ୍ତି ନେବେ।”

Related story