ଉପଖଣ୍ଡ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବିଷମକଟକ ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକକୁ ଉପଖଣ୍ଡ ମାନ୍ୟତା ଓ ଏଠାରେ ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଷମକଟକ ନାଗରିକ ମଞ୍ଚ ଓ ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ବ୍ଳକ୍ କାର୍ଯ୍ୟାଳୟରେ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ମୁନିଗୁଡ଼ା ଓ ରାୟଗଡ଼ା ମଧ୍ୟରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି। ଏହାସହିତ ବିଷମକଟକର ସମସ୍ତ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି।