୩ ଦଫା ଦାବିରେ ୧୨ଘଣ୍ଟିଆ ଯୋଡ଼ା ବନ୍ଦ

jodaକେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଯୋଡ଼ା ବିକାଶ ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ  ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଯୋଡ଼ା ଠାରେ ଡେଲି ମାର୍କେଟ୍ ନିର୍ମାଣ, କମାର ଯୋଡ଼ାଠାରେ ନୂତନ ବସ୍‌ଷ୍ଟାଣ୍ଡ ଓ ରଣାସାଳ ଠାରୁ ବାମେବରି ପର୍ଯ୍ୟନ୍ତ ବାଇପାସ୍‌ ନିର୍ମାଣ ପାଇଁ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି।

ଯୋଡ଼ା ଅଞ୍ଚଳରୁ ରାଜ୍ୟ ଓ କେନ୍ଦ୍ର ସରକାର  କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ଆଜି ବି ଏହି ଅଞ୍ଚଳ ଅବହେଳିତ ହୋଇ ପଡ଼ିଛି। ଲୋକମାନେ ନିଜର ନ୍ୟାଯ୍ୟ ଦାବିକୁ ନେଇ ବାରମ୍ୱାର ଆନ୍ଦୋଳନ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।