୧୩ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟରେ ଆଜି ଲାଗାତାର ତୃତୀୟ ଦିନ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆସନ୍ତା ସପ୍ତାହ ଯାଏଁ ଜାରି ରହିବ ଏହିପରି ତାପମାତ୍ରା। ୧୨ କିମ୍ବା ୧୩ ଆଡକୁ ପାରଦ ତଳକୁ ଖସିପାରେ। ଯଦିଓ ତାପମାତ୍ରା ୧ କିମ୍ବା ୨ ଡିଗ୍ରୀ କମ୍‌ବେଶୀ ରହିପାରେ କିନ୍ତୁ ଉପକୂଳ ଓଡ଼ିଶାରେ ହିଟ୍‌ ୱେଭ୍‌ ଜାରି ରହିବ। ଆଜି ଏହା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ […]

heat-wave

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 03:36 PM IST

[caption id="attachment_77964" align="alignleft" width="300"]       (ଅଂଶୁଘାତରେ ପ୍ରାଣ ହରାଇଥିବା ବଲାଙ୍ଗିରର ତହସିଲ ବାଗ୍‌)[/caption]

ଭୁବନେଶ୍ୱର: ରାଜ୍ୟରେ ଆଜି ଲାଗାତାର ତୃତୀୟ ଦିନ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆସନ୍ତା ସପ୍ତାହ ଯାଏଁ ଜାରି ରହିବ ଏହିପରି ତାପମାତ୍ରା। ୧୨ କିମ୍ବା ୧୩ ଆଡକୁ ପାରଦ ତଳକୁ ଖସିପାରେ। ଯଦିଓ ତାପମାତ୍ରା ୧ କିମ୍ବା ୨ ଡିଗ୍ରୀ କମ୍‌ବେଶୀ ରହିପାରେ କିନ୍ତୁ ଉପକୂଳ ଓଡ଼ିଶାରେ ହିଟ୍‌ ୱେଭ୍‌ ଜାରି ରହିବ। ଆଜି ଏହା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ।

ସେ କହିଛନ୍ତି,“ଉପକୂଳରେ ହିଟ୍‌ ୱେଭ୍‌ ଜାରିବା ସହ କେତେକ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଛି। ରାଜ୍ୟର ତାପମାତ୍ରା ଆସନ୍ତା ୧୨ କିମ୍ବା ୧୩ ତାରିଖ ପୂର୍ବରୁ କମିବାର ସମ୍ଭାବନା ନାହିଁ।”

ଅନ୍ୟପକ୍ଷରେ ବଲାଙ୍ଗିରର ରୁଗୁଡିପାଲି ଗାଁରେ ଜଣେ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ତାଙ୍କ ନା ତହସିଲ୍‌ ବାଗ୍‌।

ଏନେଇ ତହସିଲଙ୍କ ଭାଇ ବିଷ୍ଣୁ ବାଗ୍‌ କହିଛନ୍ତି,“ସେ ଆଜି ମଧ୍ୟାହ୍ନରେ ଗାଧେଇବାକୁ ବନ୍ଧକୁ ଯାଇଥିଲେ। ସେଠାରେ ଅଂଶୁଘାତରେ ପ୍ରାଣ ହରାଇଛନ୍ତି।”

ବଲାଙ୍ଗିର ସଦର ହସ୍ପିଟାଲ ଡାକ୍ତର ଆଶୁତୋଷ ମିଶ୍ର କହିଛନ୍ତି,“ତହସିଲଙ୍କ ମୃତ୍ୟୁ ନେଇ ଏଡିଏମ୍‌ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଅବଗତ କରାଯାଇଛି। ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ।”

ରୌଦ୍ରତାପ ଯୋଗୁଁ ରାଜ୍ୟର ଉପକୂଳରୁ ଉପାନ୍ତ ଅଞ୍ଚଳ ଯାଏ ତାପମାତ୍ରା ବୃଦ୍ଧି ପାଇଛି। ସୋନପୁର ୪୩.୨ ଡିଗ୍ରୀ ସହ ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଆଜି ଢେଙ୍କାନାଳରେ ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୧.୨, କଟକରେ ୩୯.୮, ଅନୁଗୋଳରେ ୪୨.୧, ଭୁବନେଶ୍ୱରରେ ୪୧.୪, ବାରିପଦାରେ ୩୯.୨, ଝାରସୁଗୁଡାରେ ୪୧.୧, କେଉଁଝରଗଡରେ ୩୯.୫, ସମ୍ବଲପୁରରେ ୪୧.୫, ସୁନ୍ଦରଗଡରେ ୪୦.୦, ହୀରାକୁଦରେ ୪୧.୬, ତାଳଚେରରେ ୪୧.୬, ଭବାନୀପାଟଣାରେ ୪୨.୨, ବଲାଙ୍ଗିରରେ ୪୨.୦, କୋରାପୁଟ୍‌ରେ ୩୭.୮, ଟିଟିଲାଗଡରେ ୪୨.୩, ମାଲକାନଗିରିରେ ୪୨.୪, ସୋନପୁରରେ ୪୩.୨, ପାରାଦ୍ୱୀପରେ ୩୧.୭, ଗୋପାଳପୁରରେ ୩୨.୦, ଫୁଲବାଣୀରେ ୩୯.୦,  ପୁରୀରେ ୩୨.୧ ଓ ବାଲେଶ୍ୱରରେ ତାପମାତ୍ରା ୩୭.୧ ଡିଗ୍ରୀ ରହିଛି।

ତାପମାତ୍ରା ସାଙ୍ଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହୋଇଛି।

Related story