ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସରିଲା ପ୍ରଚାର

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସରିଛି। ୧୩ ତାରିଖରେ ୨୯ଟି ଜିଲ୍ଲାର ୬୫ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ ମୋଟ ୧୮୯ଟି ଜିଲ୍ଲା ପରିଷଦ, ୧୫୦୬ଟି ଲେଖାଏଁ ସରପଞ୍ଚ ଓ ସମିତିସଭ୍ୟ ଏବଂ ୨୦,୩୬୯ଟି ୱାର୍ଡମେମ୍ବର ପଦ ଲାଗି ଭୋଟ ଗ୍ରହଣ କରାଯିବ। ମୋଟ ୫୮,୨୮,୪୪୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ […]

election1

election1

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 08:09 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସରିଛି। ୧୩ ତାରିଖରେ ୨୯ଟି ଜିଲ୍ଲାର ୬୫ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ ମୋଟ ୧୮୯ଟି ଜିଲ୍ଲା ପରିଷଦ, ୧୫୦୬ଟି ଲେଖାଏଁ ସରପଞ୍ଚ ଓ ସମିତିସଭ୍ୟ ଏବଂ ୨୦,୩୬୯ଟି ୱାର୍ଡମେମ୍ବର ପଦ ଲାଗି ଭୋଟ ଗ୍ରହଣ କରାଯିବ। ମୋଟ ୫୮,୨୮,୪୪୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଦିନ ଗୋଟାଏରୁ ଗଣତି ଆରମ୍ଭ ହେବ।

ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ୧ ଲକ୍ଷ ୧୦ ହଜାର ପୋଲିସ ଓ ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆସନ୍ତାକାଲି ସୁଦ୍ଧା ପୁଲିଂ ପାର୍ଟି ବୁଥ ଗୁଡିକରେ ପହଞ୍ଚି ଯିବେ।

ଭୋଟର ହୋଇ ନ ଥିବା ନେତାମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଭୋଟ ହେବାକୁ ଥିବା ସ୍ଥାନ ଛାଡିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ  ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos