୩୦ ଅକ୍ଟୋବର, ସୋମବାର: ଜାଣନ୍ତୁ କେଉଁ ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ

ମେଷ ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ମାନ-ସମ୍ମାନ ମିଳିବ। ବନ୍ଧୁମାନଙ୍କ ସହ  ସମୟ ଅତିବାହିତ କରିବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ।

ମିଥୁନଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ  ଭଲ ଲାଭ ହେବ।

କର୍କଟ ନୂଆ ସମ୍ପତ୍ତି କିଣିବାର ଯୋଜନା ଥିଲେ ଆଜି କିଣିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ଅଟକି ରହିଥିବା କାମ ଆଜି ସଂପନ୍ନ ହୋଇପାରେ।  ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନୂଆ ଗାଡି କିଣିପାରନ୍ତି।  ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। କୌଣସି କଥାକୁ ନେଇ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ।

ତୁଳା: ଶୁଭ ସମାଚାର ମିଳିପାରେ। ନୂଆ ସମ୍ପତ୍ତି କିଣିବାର ଯୋଜନା ଥିଲେ ଆଜି କିଣିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ରହିବେ

ବିଚ୍ଛା: ପ୍ରିୟ ବନ୍ଧୁଙ୍କ ସହ ଆଜି ଭେଟ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ପ୍ରେମରେ ସଫଳତା ମିଳିବ। ପ୍ରଶଂସା ମିଳିପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

 ଧନୁ: ଆଜି ଦିନଟି ଭଲରେ କଟିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାନସମ୍ମାନ ମିଳିବ। ଖୁସିରେ ଦିନଟି ଅତିବାହିତ କରିବେ।

ମକର: ମାଲିମକଦ୍ଦମାରେ ସମସ୍ୟା ହୋଇପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ କଥା ମାନନ୍ତୁ। ଭଲ ହେବ। ବିଦାର୍ଥୀ ମାନେ ପାଠ ପଢ଼ାରେ ଅଧିକ ପରିଶ୍ରମ କରିବେ।

କୁମ୍ଭ: ଉପହାର ମିଳିପାରେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଭୋଜନ ଖାଇବେ। ପୁରୁଣା ସସମ୍ୟାର ଆଜି ସମାଧାନ ହୋଇପାରେ।

ମୀନ: ମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ହାଡ଼ଜନିତ ସମସ୍ୟାରୁ ଦୂରେଇ ରୁହନ୍ତୁ।