ପୁରୁଣା ଯୁଗର ମନ୍ଦିର: ଏବେବି ଅଛି ପାଣ୍ଡବମାନେ ରଖିଥିବା ଗହମ

ଐତିହାସିକ ସ୍ଥାନ ବୁଲିବାକୁ କାହାକୁ ବା ଭଲ ନଲାଗେ। ଖାସ୍‌ କରି ଭାରତ ଆସି ପୌରାଣିକ କଥାବସ୍ତୁର ମୁଖସାକ୍ଷୀ ପାଲଟି ଥିବା ଐତିହାସିକ ସ୍ଥାନ ଓ ମନ୍ଦିର ବୁଲିବାକୁ ବହୁ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଆମ ଦେଶରେ ଏପରି ବହୁ ଐତିହାସିକ ସ୍ଥାନ ରହିଛି, ଯେଉଁଠି ଇତିହାସ ଆଜିବି ଜୀବିତ ଅଛି। ଏପରି ଏକ ମନ୍ଦିର ହେଲା ହିମାଚଳ ପ୍ରଦେଶରେ ଥିବା ମମଲେଶ୍ୱର ମନ୍ଦିର। ଯେଉଁଠି ଏବେବି ବିଦ୍ୟମାନ ଅଛି ଦ୍ୱାପର ଯୁବଗ ଇତିହାସ। ଆସନ୍ତୁ ଜାଣିବା […]

1-1

1-1

Rakesh Mallick
  • Published: Monday, 06 November 2017
  • Updated: 06 November 2017, 02:53 PM IST

ଐତିହାସିକ ସ୍ଥାନ ବୁଲିବାକୁ କାହାକୁ ବା ଭଲ ନଲାଗେ। ଖାସ୍‌ କରି ଭାରତ ଆସି ପୌରାଣିକ କଥାବସ୍ତୁର ମୁଖସାକ୍ଷୀ ପାଲଟି ଥିବା ଐତିହାସିକ ସ୍ଥାନ ଓ ମନ୍ଦିର ବୁଲିବାକୁ ବହୁ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଆମ ଦେଶରେ ଏପରି ବହୁ ଐତିହାସିକ ସ୍ଥାନ ରହିଛି, ଯେଉଁଠି ଇତିହାସ ଆଜିବି ଜୀବିତ ଅଛି। ଏପରି ଏକ ମନ୍ଦିର ହେଲା ହିମାଚଳ ପ୍ରଦେଶରେ ଥିବା ମମଲେଶ୍ୱର ମନ୍ଦିର। ଯେଉଁଠି ଏବେବି ବିଦ୍ୟମାନ ଅଛି ଦ୍ୱାପର ଯୁବଗ ଇତିହାସ। ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ।

ସାରା ବିଶ୍ୱରେ ବୁଲିବାକୁ ବିଭିନ୍ନ ଐତିହାସିକ  ସ୍ଥାନ ଓ ମନ୍ଦିର ରହିଛି। କିନ୍ତୁ ଏପରି କିଛି ସ୍ଥାନ ଓ ମନ୍ଦିର ରହିଛି ଯେଉଁଠି ଇତିହାସ ଜୀବିତ ଦେଖିବାକୁ ମିଳିଥାଏ।  ଆପଣଙ୍କୁ ଏପରି ଐତିହାସିକ ମନ୍ଦିର ସଂପର୍କରେ କହିବୁ ଯାହା ମହାଭାରତ ଯୁଦ୍ଧ   ବ୍ୟବହାର ହେଉଥିବା କିଛି  ଜିନିଷ ଦେଖିବାକୁ ମିଳିଥାଏ। ଏହି ମନ୍ଦିରଟି ହିମାଚଳର ବସାରେ  ଅବସ୍ଥିତ ମମଲେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ତୀର୍ଥସ୍ଥଳୀ ହୋଇଥିଲେ ମଧ୍ୟ ଐତିହାସିକ ଜିନିଷ ଜୀବିତ ଦେଖିବାକୁ ମିଳିଥାଏ। ୫୦୦୦ ହଜାର ବର୍ଷ ପର୍ବରୁ ପାଣ୍ଡବମାନେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ।

୫ ହଜାର ବର୍ଷ ପୁରୁଣା ଗହମ: ମନ୍ଦିରରେ ଅଛି ୫୦୦୦ ବର୍ଷର ପୁରୁଣା ୨୦୦ ଗ୍ରାମର ଗହମ। ଦ୍ୱାପର ଯୁଗରେ ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏଠାରେ ରହୁଥିଲେ। ଏହି ସମୟରେ ସେମାନେ ଏଠାରେ ଲଗାଇଥିଲେ। ଏହି ଗହମ ଐତିହାସିକ ମହତ୍ୱ ବହନ କରୁଥିବାରୁ ଆଜିବି ଏହାକୁ ସୁରକ୍ଷିତ ରଖାଯାଇଛି। ଯାହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଥଣ୍ଡା କ୍ଷୀର ଦୂର କରେ ଥକାପଣ ଓ ଅନେକ ରୋଗ

ଅଗ୍ନିକୁଣ୍ଡ: ଗହମ ସହ ଏଠାରେ ରହିଛି ଦ୍ୱାପର ଯୁଗର ଅଗ୍ନିକୁଣ୍ଡ। ଯାହା କେବେ ଲିଭି ନଥିବା ସ୍ଥାନୀୟ ଲୋକେ କହିଥାନ୍ତି। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୦୦୦ ବର୍ଷ ହେଲା ଏହି କୁଣ୍ଡରେ ନିଆଁ ଜଳୁଛି।

mmଅଦଭୁତ ଶିବଲିଙ୍ଗ: ମମଲେଶ୍ୱର ମନ୍ଦିରରେ ରହିଛି ୫ଟି ଅଦଭୁତ ଶିବଲିଙ୍ଗ। କୁହାଯାଏ ଅଜ୍ଞାତବାସ ସମୟରେ ପଞ୍ଚୁ ପାଣ୍ଡ ଏହି ୫ଟି ଶିପଲିଙ୍ଗର ସ୍ଥାପନା କରିଥିଲେ।

mm,ଭିମଙ୍କ ଢୋଲ: ଏଠାରେ ପାଣ୍ଡବଙ୍କର ଆଉ ଏକ ବ୍ୟବହାର ଜିନିଷ ଆଜିବି ରହିଛି। ମହାବଳି ଭିମ ସେ ସମୟରେ ବଜାଉଥିବା ଏକ ଢୋଲ ଆଜି ବି ମନ୍ଦିରରେ ରହିଛି।

ସେ ସମୟରେ ମନ୍ଦିର ସାଧାରଣତଃ ପଥରରେ ନିର୍ମାଣ କରାଯାଉଥିଲା। ହେଲେ ମମଲେଶ୍ୱର ମନ୍ଦିର କାଠରେ ନିର୍ମାଣ କରାଯାଇଛି। ଐତିହାସିକ ଜିନିଷ ସହ ମନ୍ଦିରର ବାସ୍ତୁକଳା ଓ ଶିଳ୍ପ ମଧ୍ୟ ଅଦଭୁତ। ମଣ୍ଡି ଓ ଶିମଲା ରାସ୍ତାରେ ଥିବା ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos