ଅଶ୍ଳୀଳ ଭିଡିଓ ଦେଖିବା ପ୍ରସଙ୍ଗ: ୭ ଦିନ ପାଇଁ ନବ ଦାସଙ୍କୁ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ମାମଲାରେ ବିଧାୟକ ନବ ଦାସଙ୍କୁ ବାଚସ୍ପତି ନିରଞ୍ଜନ ପୂଜାରୀ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ଆଜି ଶୂନ୍ୟକାଳରେ ଏ ସମ୍ପର୍କରେ ମୋସନ୍ ଆଣିଥିଲେ। ମୋସନ ବାଚନିକ ଭୋଟରେ ଗୃହୀତ ହେବା ପରେ ବାଚସ୍ପତି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହା ପୂର୍ବରୁ ମାମଲାର ତଦନ୍ତ ପାଇଁ ସଦାଚାର କମିଟିକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ୍ ବିଧାୟକ ନବ ଦାସ ଗୃହରେ ଅଶ୍ଳୀଳ […]

naba

Rakesh Mallick
  • Published: Tuesday, 15 December 2015
  • , Updated: 15 December 2015, 01:59 PM IST

ଭୁବନେଶ୍ୱର: ବିଧାନସଭା ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ମାମଲାରେ ବିଧାୟକ ନବ ଦାସଙ୍କୁ ବାଚସ୍ପତି ନିରଞ୍ଜନ ପୂଜାରୀ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ଆଜି ଶୂନ୍ୟକାଳରେ ଏ ସମ୍ପର୍କରେ ମୋସନ୍ ଆଣିଥିଲେ। ମୋସନ ବାଚନିକ ଭୋଟରେ ଗୃହୀତ ହେବା ପରେ ବାଚସ୍ପତି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହା ପୂର୍ବରୁ ମାମଲାର ତଦନ୍ତ ପାଇଁ ସଦାଚାର କମିଟିକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

କଂଗ୍ରେସ୍ ବିଧାୟକ ନବ ଦାସ ଗୃହରେ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ନବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଏହି ଘଟଣାକୁ ଲଜ୍ଜାଜନକ କହିବା ସହ ସଦାଚାର କମିଟି ତଦନ୍ତ କରିବ ବୋଲି ରୁଲିଂ ଦେଇଥିଲେ। ପରେ ସରକାରୀ ଦଳ ମୁଖ୍ୟ ସଚେତକ ନବ ଦାସଙ୍କୁ ଗୃହରୁ ୭ଦିନ ପାଇଁ ନିଲମ୍ବନ କରିବା ପାଇଁ ମୋସନ୍ ଆଣିଥିଲେ। ବାଚନିକ ଭୋଟରେ ଏହା ଗୃହୀତ ହେବାପରେ ନବଙ୍କୁ ନିଲମ୍ୱନ କରାଗଲା ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଏହାକୁ ବିରୋଧ କରି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗରେ ହୋହାଲ୍ଲା କରିବାରୁ ବିଧାନସଭାକୁ ଦିନ ୧୨ଟା ୧୮ ପର୍ଯ୍ୟନ୍ତ ମୁଲତବି କରିଥିଲେ। ଅପରାହ୍ନରେ ଆଉ ଗୃହ କାର୍ଯ୍ୟ ପରିଚାଳନା ସମ୍ଭ ନ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ।

ବାଚସ୍ପତିଙ୍କ ଏପରି ନିଷ୍ପତ୍ତିକୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଚସ୍ପତି ତାଙ୍କ ନିଷ୍ପତ୍ତିର ପୁନଃବିଚାର ଦାବିରେ ଉଭୟ ଦଳ କକ୍ଷତ୍ୟାଗ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିନା ତଦନ୍ତରେ କାହାକୁ ଦଣ୍ଡିତ କରିବା ନିୟମ ବିରୋଧୀ। ତଦନ୍ତ ପୂର୍ବରୁ ନିଲମ୍ବନ କରାଯିବା ଆଇନ ଉଲ୍ଲଂଘନ କରୁଛି। ଗୃହରେ ବିଜେପି ଓ ସିପିଏମ ପକ୍ଷରୁ ମଧ୍ୟ ପୁନଃବିଚାର କରିବାକୁ ଅନୁରୋଧ କରାଯାଇଥିଲା। ହେଲେ ବେଚସ୍ପତି ଏହାକୁ ଶୁଣି ନ ଥିଲେ। ଯିଏ କେହି ବି ଗୃହର ମର୍ଯ୍ୟାଦାହାନି ପରି କାର୍ଯ୍ୟ କରିବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ। ଘଟଣାର ତଦନ୍ତ କରାଯିବା ସହ ନବ ଦାସଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ। ଦଳ ପକ୍ଷରୁ ନବ ଦାସଙ୍କୁ ମଧ୍ୟ ତାଙ୍କ ବକ୍ତବ୍ୟ ରଖିବାକୁ କୁହାଯାଇଥିଲା। ହେଲେ ତାଙ୍କୁ ସୁଯୋଗ ଦିଆଗଲା ନାହିଁ। ଏହାର ପ୍ରତିବାଦରେ ଆମେ କକ୍ଷତ୍ୟାଗ କରିଛୁ। ସରକାରଙ୍କ ଜ୍ଞାନ ଉଦୟ ହୋଇ ନିଷ୍ପତ୍ତି ବଦଳା ଗଲେ ଆମେ ଗୃହରେ ଯୋଗଦେବା ବିଷୟରେ ଚିନ୍ତା କରିବୁ।

ବାଚସ୍ପତିଙ୍କ ନିଷ୍ପତ୍ତି ପରେ ବିଧାୟକ ନବ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଗତକାଲି କହିଥିବା କଥାକୁ ଦୋହରାଇଛନ୍ତି। ଭୁଲରେ ୟୁ-ଟୁବ୍ୟୁରେ ହାତ ବାଜି ଯାଇଥିଲା। ମୋତେ ପକ୍ଷ ରଖିବାକୁ ସୁଯୋଗ ଦିଆ ନ ଯାଇ ନିଷ୍ପତ୍ତି ନିଆଯାଇଛି। ଶାସକ ଦଳର ଉପର ମହଲରୁ ମୋ ବିରୋଧରେ ଆକ୍ସନ ନେବା ଲାଗି ନିଷ୍ପତ୍ତି ହୋଇଥିଲା। ଯାହା ସତ ଶୀଘ୍ର ପଦାକୁ ଆସିବ। ବିଜେପି ଦଳର ବିଧାୟକମାନେ ଘଟଣାରେ ତାଙ୍କ ପକ୍ଷ ରଖିବାକୁ ଦାବି କରି କକ୍ଷତ୍ୟାଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଜେପି ବିଧାୟକ କେଭି ସିଂହଦେଓ କହିଛନ୍ତି, ଯେଉଁ କଥା ଉଠିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଗୃହରେ ଏପରି ଘଟିବା କଥା ନୁହେଁ। ବାଚସ୍ପତି ସଦାଚାର କମିଟିକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କୁ ନ ଶୁଣି ଓ ସଦାଚାର କମିଟିର ତଦନ୍ତ ଆରମ୍ଭ ହେବା ପୂର୍ବରୁ ବିଧାୟକ ଦାସଙ୍କୁ ୭ଦିନ ପାଇଁ ଗୃହରୁ ନିଲମ୍ବନ କରାଯିବା ଠିକ ହୋଇନାହିଁ। ତଦନ୍ତ ପୂର୍ବରୁ ଶାସକ ଦଳ ରିଜୋଲ୍ୟୁସନ ଆଣିବା ଗୃହରେ ନୂଆ ଇତିହାସ ସୃଷ୍ଟି କରିଛି। ବାଚସ୍ପତି ତାଙ୍କ ନିଷ୍ପତ୍ତିର ପୁନଃବିଚର କରିବାକୁ ସେ ଅନୁରୋଧ କରିଛନ୍ତି।

ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ବାଚସ୍ପତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହା ଓଡ଼ିଶା ଜାତି ପ୍ରତି ଅପମାନ। ନିଜ ଭୁଲ ଘୋଡାଇବାକୁ ବିଧାୟକ ଦାସ ଏପରି କହୁଛନ୍ତି। ଗଣମାଧ୍ୟମରେ ଯାହା ଦେଖାଉଛି, ତାହା ଦେଖିବା ପରେ ମୁଁ ଅଭିଯୋଗ କରିଥିଲି।

ଅମର ସତପଥୀ କହିଛନ୍ତି, ଏହା ଏକ ଲଜ୍ଜ୍ୟାଜନକ କଥା ବୋଲି ବାଚସ୍ପତି ଅନୁଭୋବ କଲେ। ତେଣୁ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ଏପରି ପଦକ୍ଷେପ ନେଇଛନ୍ତି।

Related story