ଠିକାଦାରଙ୍କ ଠାରୁ ଝାମ୍ପି ନେଲେ ୯ ଲକ୍ଷ

ନୂଆପଡ଼ା: ଦିନ ଦ୍ୱିପ୍ରହରରେ ଲୁଟ୍‌। ନୂଆପଡ଼ା ଜିଲ୍ଲା ଷ୍ଟେଟ୍ ବ୍ୟାଙ୍କ ସାମ୍ନାରୁ ଆଜି ସାଢ଼େ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଜଣେ ଠିକାଦାର ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲା ବେଳେ ବାଇକ୍‌ରେ ଆସି ୩ ଜଣ ଦୁର୍ବୃତ୍ତ କାର୍ କାଚ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି  ଛାନ୍‌ଭିନ୍ କରୁଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ଦେବଗଡ଼ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଖିଣ୍ଡୋ ଛକରେ ବ୍ୟବସାୟୀଙ୍କୁ  ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଏକ ବୋଲେରୋରେ ଆସି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।