ସହିଦ ଝିଅଙ୍କୁ ଡିଆଇଜିଙ୍କ ବେଦନାଦାୟକ ଚିଠି: ତୁମ ଲୁହ ଆମ ହୃଦୟକୁ ଭିଜେଇଦେଇଛି

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡିଆରେ ଜଣେ ୮ବର୍ଷର ଝିଅ କାନ୍ଦୁଥିବା  ଫଟୋ ଭାଇରାଲ ହେଉଛି । ସେହି ଛବିଟି ହେଉଛି ଜମ୍ମୁ କଶ୍ମୀରରେ ରହୁଥିବା ୮ ବର୍ଷର ଝିଅ ଜୋହରା।  ତାଙ୍କ ବାପା  ଏସଆଇ ଅବଦୁଲ ରସିଦ ଜମ୍ମୁ କଶ୍ମୀରରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ   ସହିଦ ହୋଇଛନ୍ତି ।  ସେହି ସମୟରେ ଅବଦୁଲ ରସିଦଙ୍କୁ ଶ୍ରଧାଞ୍ଜଳି ଦିଆଯାଉଥିଲା ବେଳେ ଝିଅ ଜୋହରା କାନ୍ଦୁଥିବା ଫଟୋଟି ଉଠାଯାଇଥିଲା। ଗତ ସୋମବାର ହୋଇଥିବା ଆକ୍ରମଣରେ ଅବଦୁଲ ରସିଦଙ୍କୁ ଗୁଳି ଲାଗିଥିଲା। […]

Rakesh Mallick
  • Published: Wednesday, 30 August 2017
  • , Updated: 30 August 2017, 10:27 PM IST

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡିଆରେ ଜଣେ ୮ବର୍ଷର ଝିଅ କାନ୍ଦୁଥିବା  ଫଟୋ ଭାଇରାଲ ହେଉଛି । ସେହି ଛବିଟି ହେଉଛି ଜମ୍ମୁ କଶ୍ମୀରରେ ରହୁଥିବା ୮ ବର୍ଷର ଝିଅ ଜୋହରା।  ତାଙ୍କ ବାପା  ଏସଆଇ ଅବଦୁଲ ରସିଦ ଜମ୍ମୁ କଶ୍ମୀରରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ   ସହିଦ ହୋଇଛନ୍ତି ।  ସେହି ସମୟରେ ଅବଦୁଲ ରସିଦଙ୍କୁ ଶ୍ରଧାଞ୍ଜଳି ଦିଆଯାଉଥିଲା ବେଳେ ଝିଅ ଜୋହରା କାନ୍ଦୁଥିବା ଫଟୋଟି ଉଠାଯାଇଥିଲା। ଗତ ସୋମବାର ହୋଇଥିବା ଆକ୍ରମଣରେ ଅବଦୁଲ ରସିଦଙ୍କୁ ଗୁଳି ଲାଗିଥିଲା।

ସେହି ସମୟରେ ସେ ଡ୍ୟୁଟିରେ ଥିଲେ  ଓ ପୋଲିସ ଷ୍ଟେସନକୁ ଫେରୁଥିଲେ । ବାପାଙ୍କ ମୃତ୍ୟୁ ଘଟଣା ଯେତବେଳେ ଜୋହରା ଶୁଣିଲେ ସେତବେଳେ ସେ ସ୍କୁଲରେ ଥିଲେ।  ବାପାଙ୍କ ମୃତ୍ୟୁ କଥାକୁ ସେ ବିଶ୍ୱାସ କରି ପାରୁ ନ ଥିଲେ । ଖବର ପାଇବା ପରଠାରୁ ତାଙ୍କ ଆଖିରେ ଅନବରତ ଲୁହ ବୋହି ଚାଲୁଥିଲା।  ବାପାଙ୍କୁ ଝୁରି ଝୁରି ଚିତ୍କାର କରୁଥିଲେ। କହୁଥିଲେ ସେ ତାଙ୍କ ବାପାଙ୍କୁ ମିସ୍ କରୁଛନ୍ତି ଓ ବଡ ହୋଇ ସେ ଜଣେ ଡାକ୍ତର ହେବା ତାଙ୍କ ବାପାଙ୍କ ଇଚ୍ଛା ଥିଲା।

ଫଟୋଟିର ଭାଇରାଲ ହେବା ପରେ ଦ‍କ୍ଷିଣ କଶ୍ମୀର ପୋଲିସର DIG ଜୋହରାଙ୍କ ପାଖକୁ ଏକ ଚିଠି ପଠାଇଛନ୍ତି।  ଏଥିରେ ଲେଖା ହୋଇଛି  “ତୁମ ଲୁହ ଆମ ହୃଦୟକୁ  ଦୋହଲାଇ ଦେଇଛି। ତୁମ ବାପା ଯେଉଁ ବଳିଦାନ ଦେଇଛନ୍ତି ତାହା କେବେ ବି ଆମ ମନରୁ ଲିଭିବନି। ଏବେ ତୁମେ ବହୁ ଛୋଟ ଅଛ। ଏମିତି କାହିଁକି ସବୁ ଘଟିଗଲା ତା’ର କାରଣ ଜାଣିବା ସମୟ ତୁମର ଆସିନାହିଁ।

କଶ୍ମୀରରେ ଯେଉଁମାନେ  ଶାନ୍ତି ଭଙ୍ଗ କରୁଛନ୍ତି ସେମାନଙ୍କ ବିରୋଧରେ   ଲଢିବା ପାଇଁ ତୁମ ବାପାଙ୍କ ପରି ଆମେ ପ୍ରସ୍ତୁତ ।  ସୂଚନାଯୋଗ୍ୟ ଯେ, ଜୋହରା ହେଉଛନ୍ତି ଅବଦୁଲ ରସିଦିଙ୍କ କନିଷ୍ଟ ଝିଅ। ସେହିପରି ସହିଦ ରସିଦ୍‌ଙ୍କର ୨୪ ବର୍ଷୀୟ ଫୈଜଲ ନାମକ ଜଣେ ପୁଅ ଅଛନ୍ତି। ସେ ଏବେ ଜମ୍ମୁ କଶ୍ମୀରିର ପୋଲିସ ଏସପିଓ ପଦରେ କାର୍ଯ୍ୟରତ ଅଛନ୍ତି। ଫୈଜଲଙ୍କ କହିବା ଅନୁଯାୟୀ, ଜମ୍ମୁ କଶ୍ମୀରରେ ଲଗାତାର ପୋଲିସ ଉପରେ ଆକ୍ରମଣ ହେଉଛି।  ମୋ ବାପା ସବୁବେଳେ ଭଲ କରିଥିଲେ ବୋଲି ସେ କହିଛନ୍ତି।

Related story