ଆସିଲାନି ଆମ୍ୱୁଲାନ୍ସ: ପାହାଡ଼ିଆ ରାସ୍ତାରେ ଜନ୍ମ ହେଲା ଶିଶୁ, ହେଲେ ଦେଖି ପାରିଲାନି ଦୁନିଆ

Ordigital Desk
  • Published: Tuesday, 08 August 2017
  • , Updated: 08 August 2017, 12:30 PM IST
<p>ରାୟଗଡ଼ା: ପୁଣି ଫେଲ୍&zwnj; ମାରିଲା ଜନନୀ ସୁରକ୍ଷା ଯୋଜନା। ଆମ୍ୱୁଲାନ୍ସ &nbsp;ନ ଆସିବାରୁ ପାହାଡ଼ ଚଢ଼ି ଡାକ୍ତରଖାନା ଆସିବା ବାଟରେ ଜଣେ ମହିଳା ପ୍ରସବ କରିଛନ୍ତି। ହେଲେ ପ୍ରସବର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ନିୟମଗିରିରେ ଫାକିରୁ ଗାଁରେ।</p> <p>ଗାଁର ଜଣେ ପ୍ରସୂତିଙ୍କ ଯନ୍ତ୍ରଣା ହେବାରୁ ଆଶା କର୍ମୀ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ୍&zwnj; କରିଥିଲେ। ଉତ୍ତରରେ ଆମ୍ବୁଲାନ୍ସ ନ ଥିବା କୁହାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଗାଁରୁ ୫ କିଲୋମିଟର ପାରଶାଲି ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତାରେ କାନ୍ଧରେ ତାଙ୍କୁ ନିଆଯାଇଥିଲା ରାସ୍ତାରେ ମହିଳା ଏକ ଶିଶୁଟି ଜନ୍ମ ଦେଇଥିଲେ। ହେଲେ କିଛି ସମୟ ମଧ୍ୟରେ ଶିଶୁଟି ଆଖି ବୁଜି ଦେଇଥିଲେ।&nbsp; ପରେ ମହିଳାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।</p>

Related story