ଢେଙ୍କାନାଳ: ବିଆରଜି ପ୍ଲାଣ୍ଟରେ ଏସିଡ୍ ଟାଙ୍କି ଫାଟି ଜଣେ ଶ୍ରମିକ ମୃତ, ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂପାନିର ପ୍ରତିଶ୍ରୁତି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ବିଆରଜି ପ୍ଲାଣ୍ଟରେ ଏକ ଏସିଡ୍ ଟାଙ୍କି ଫାଟି ଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁବାସ ବେହେରା। ତାଙ୍କ ଘର ମେରାମୁଣ୍ଡଳୀ ନିକଟସ୍ଥ କୁସୁପଙ୍ଗାରେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଆରଜି ପ୍ଲାଣ୍ଟ୍ ପରିସରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦ରୁ ଅଧିକ ଲୋକ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ମୃତ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଜଣଙ୍କୁ ଚାକିରି […]

dhenknal

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 05:49 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ବିଆରଜି ପ୍ଲାଣ୍ଟରେ ଏକ ଏସିଡ୍ ଟାଙ୍କି ଫାଟି ଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁବାସ ବେହେରା। ତାଙ୍କ ଘର ମେରାମୁଣ୍ଡଳୀ ନିକଟସ୍ଥ କୁସୁପଙ୍ଗାରେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଆରଜି ପ୍ଲାଣ୍ଟ୍ ପରିସରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦ରୁ ଅଧିକ ଲୋକ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ମୃତ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଜଣଙ୍କୁ ଚାକିରି ଦେବା ଦାବିରେ ସେମାନେ ପ୍ଲାଣ୍ଟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। କଂପାନୀ କର୍ତ୍ତୃପକ୍ଷ ମୃତ ଶ୍ରମକିଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ।

ଶୁକ୍ରବାର ବିଳମ୍ବିତ ରାତିରେ ଏସିଡ୍ ଟାଙ୍କି ଫାଟିଯିବା ପରେ ଗୁରୁତର ଅବସ୍ଥାରେ ସୁବାସଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇନାହାନ୍ତି। କାରଣ ଏସିଡ୍ ଟାଙ୍କି ଫାଟିବା ବେଳେ ସେଠାରେ କେବଳ ସୁବାସ ଡ୍ୟୁଟିରେ ଥିଲେ। ତେବେ କେଉଁ ପରିସ୍ଥିତିରେ ଏସିଡ୍ ଟାଙ୍କି ଫାଟିଲା ତାହା ଜଣାପଡ଼ିନାହିଁ।

ସୁବାସଙ୍କ ମୃତ୍ୟୁ ଖବର ଆସିବା ପରେ ବିଆରଜି ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ତାଙ୍କ ପରିବାର ଲୋକଙ୍କ ସହିତ ଗାଁ ଲୋକେ କଂପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ପରିସ୍ଥିତିକୁ ଦେଖି ସେଠାରେ ଏକ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା। ମୋଟଙ୍ଗା ଥାନା ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିଲା।

Related story