ମହଙ୍ଗା ପଡ଼ିଲା ଚେକ୍‌ ବାଉନ୍ସ: ଗିରଫ ପରେ ଜାମିନ ପାଇଲେ ଅଭିନେତା ପୁପିନ୍ଦର

ଭୁବନେଶ୍ୱର: ଅଭିନେତା ପୁପିନ୍ଦର ସିଂଙ୍କୁ ବାଲିଅନ୍ତା ପୋଲିସ ହଂସପାଳସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କୁ ଜାମିନ ମିଳିଛି। ଜାମିନରେ ଆସିବା ପରେ ପୁପିନ୍ଦର କହିଛନ୍ତି- “ଏନ୍‌ବିଡବ୍ଲ୍ୟୁ ଜାରି ହେବା ସମ୍ପର୍କରେ ମୁଁ କିଛି ଜାଣି ନ ଥିଲି। ଘରେ ଥିବା ବେଳେ ପୋଲିସ୍‌ ମୋତେ ନେଇ ଆସିଥିଲା। ଏପରି ହଠାତ୍‌ ସବୁ ଘଟିଗଲା, ଯାହାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଜାମିନରେ ଆସିଛି। […]

pupindar

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 07:28 PM IST

ଭୁବନେଶ୍ୱର: ଅଭିନେତା ପୁପିନ୍ଦର ସିଂଙ୍କୁ ବାଲିଅନ୍ତା ପୋଲିସ ହଂସପାଳସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କୁ ଜାମିନ ମିଳିଛି।

[video width="720" height="576" flv="http://odishareporter.in/wp-content/uploads/2017/07/Pupinder-Byte-After-Bell.flv"][/video]

ଜାମିନରେ ଆସିବା ପରେ ପୁପିନ୍ଦର କହିଛନ୍ତି- “ଏନ୍‌ବିଡବ୍ଲ୍ୟୁ ଜାରି ହେବା ସମ୍ପର୍କରେ ମୁଁ କିଛି ଜାଣି ନ ଥିଲି। ଘରେ ଥିବା ବେଳେ ପୋଲିସ୍‌ ମୋତେ ନେଇ ଆସିଥିଲା। ଏପରି ହଠାତ୍‌ ସବୁ ଘଟିଗଲା, ଯାହାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଜାମିନରେ ଆସିଛି। ଆଗକୁ ଘଟଣା କୋର୍ଟରେ ବିଚାର ହେବ।”

ପୁପିନ୍ଦରଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଫିଲ୍ମ ପାଇଁ ଜଣେ ଖଣି ବ୍ୟବସାୟୀଙ୍କଠୁ ଅର୍ଥ ଠକେଇ ଅଭିଯୋଗରେ ତାଙ୍କୁ କୋର୍ଟଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ ହାଜର ହୋଇ ନଥିଲେ। ଫଳରେ କୋର୍ଟ ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଅକ୍ଟୋବର ୧୮ ସୁଦ୍ଧା  ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏକ ୧୩ ଲକ୍ଷ ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପି.କେ ଓରସ ନାମକ ଏକ ମାଇନ୍ସ କାରବାର କରୁଥିବା ସଂସ୍ଥାଠାରୁ  ପୁପିନ୍ଦର ଏବଂ ତାଙ୍କ ପତ୍ନୀ ୨୦୧୩ ମସିହାରେ  ୩୦ ଲକ୍ଷ ଟଙ୍କା ଲୋନ୍‌ ଆକାରରେ ନେଇଥିଲେ। ଫିଲ୍ମ କରିବା ପାଇଁ ଏହି ଲୋନ୍‌ ହୋଇଥିଲା। ପରବର୍ତ୍ତୀ ପର୍ଯାୟରେ ପୁପିନ୍ଦର ଉକ୍ତ ସଂସ୍ଥାକୁ ୫ଲକ୍ଷ ଟଙ୍କା ସୁଜିଥିଲେ। ବଳକା ୨୫ ଲକ୍ଷ ଟଙ୍କା ସୁଜିବା ପାଇଁ ୫ଟି ଚେକ୍‌ ଦେଇଥିଲେ। ତେବେ ସେ ଦେଥିବା ଚକ୍‌ରୁ ୨ଟିର ଅବଧି ସରିଯାଇଥିବାରୁ ମାଇନ୍ସ ବ୍ୟବସାୟୀ ତାହା ବ୍ୟାଙ୍କରେ ଡିପୋଜିଟ କରିପାରି ନଥିଲେ। ସେହିପରି ୧୩ଲକ୍ଷ ଟଙ୍କାର ଅନ୍ୟ ୩ଟି ଚେକ୍‌ ବାଉନ୍ସ ହୋଇଯାଇଥଇଲା। ଏନେଇ  ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ସିଧାସଳଖ ମାମଲା ରୁଜୁ ହୋଇଥିଲା।

Related story