ଅଗଷ୍ଟରୁ କୋଲକାତା ଓ ବେଙ୍ଗାଲୁରୁକୁ ଏୟାର ଏସିଆର ବିମାନ ସେବା

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଇଣ୍ଡିଗୋ, ଗୋ’ ଏୟାର, ଏୟାର ଇଣ୍ଡିଆ, ଭିସ୍ତାରା ପରେ ଏବେ ଘରୋଇ ବିମାନ ସେବା ପ୍ରଦାନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ଏୟାର ଏସିଆ। ଆସନ୍ତା ଅଗଷ୍ଟ ପହିଲାରୁ ଭୁବନେଶ୍ୱରରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ ଆରମ୍ଭ କରିବ ଏୟାର ଏସିଆ। ସେପଟେ ବିମାନବନ୍ଦରକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ୱଳ୍ପ ମୂଲ୍ୟର ରିଫ୍ରେସମେଣ୍ଟ ସେବା। ସଜାଇ ହେଉଛି ଏୟାର […]

Indonesia_AirAsia_Airbus_A320_Prasertwit-1

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 07:23 PM IST

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଇଣ୍ଡିଗୋ, ଗୋ’ ଏୟାର, ଏୟାର ଇଣ୍ଡିଆ, ଭିସ୍ତାରା ପରେ ଏବେ ଘରୋଇ ବିମାନ ସେବା ପ୍ରଦାନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ଏୟାର ଏସିଆ। ଆସନ୍ତା ଅଗଷ୍ଟ ପହିଲାରୁ ଭୁବନେଶ୍ୱରରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ ଆରମ୍ଭ କରିବ ଏୟାର ଏସିଆ। ସେପଟେ ବିମାନବନ୍ଦରକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ୱଳ୍ପ ମୂଲ୍ୟର ରିଫ୍ରେସମେଣ୍ଟ ସେବା।

ସଜାଇ ହେଉଛି ଏୟାର ଏସିଆର ସେଲ୍ସ କାଉଣ୍ଟର। ଆନ୍ତର୍ଜାତୀୟ ଉଡ଼ାଣ ପରେ ଏବେ ଘରୋଇ ଉଡ଼ାଣ ପାଇଁ ମନ ବଳାଇଛି ଏୟାର ଏସିଆ। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଏୟାର ଏସିଆର ବିମାନ ଭୁବନେଶ୍ୱରରୁ କୋଲକାତା ଓ ବେଙ୍ଗାଲୁରୁକୁ ଯାତ୍ରା କରିବ। ଫଳରେ ଭୁବନେଶ୍ୱରକୁ ବିମାନ ଯିବାଆସିବା ବଢ଼ିବ। ବର୍ତ୍ତମାନ ଇଣ୍ଡିଗୋ, ଗୋ ଏୟାର, ଭିସ୍ତାରା, ଏୟାର ଇଣ୍ଡିଆର ୨୬ଟି ବିମାନ ପ୍ରତିଦିନ ଭୁବନେଶ୍ୱର ବିମାନବନ୍ଦରକୁ ଯିବାଆସିବା କରୁଛି। ଏୟାର ଏସିଆର ଉଡ଼ାଣ ଆରମ୍ଭ ପରେ ଏହି ବିମାନ ସଂଖ୍ୟା ୨୮କୁ ବୃଦ୍ଧି ପାଇବ।

କେବଳ ବିମାନ ଯାତ୍ରୀ ନୁହଁନ୍ତି, ବିମାନବନ୍ଦରକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଟର୍ମିନାଲ୍ ଭିତରେ ଓ ବାହାରେ ସ୍ୱଳ୍ପ ମୂଲ୍ୟରେ ଚା, କଫିଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। ଫଳରେ ବିମାନବନ୍ଦରରେ ଚା’ ଦର ୫୦ରୁ ୧୦୦ ଟଙ୍କା ବଦଳରେ ୧୦ରୁ ୨୦ ଟଙ୍କାରେ ମଧ୍ୟ ଉପଲବ୍ଧ ହେବ।

Related story