ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ବିଶ୍ୱାସ ରହିଛି ଲଙ୍କା ବିଜୟ ପରେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଅଯୋଧ୍ୟାବାସୀ ଘରେ ଘରେ ପ୍ରଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ। ସେଇ କିମ୍ୱଦନ୍ତୀକୁ ମନେପକାଇବା ପାଇଁ ଆଜି ଘରେ ଘରେ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଦୀପାବଳିର ବିଶେଷ […]

Happy

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 02:14 AM IST

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ବିଶ୍ୱାସ ରହିଛି ଲଙ୍କା ବିଜୟ ପରେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଅଯୋଧ୍ୟାବାସୀ ଘରେ ଘରେ ପ୍ରଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ। ସେଇ କିମ୍ୱଦନ୍ତୀକୁ ମନେପକାଇବା ପାଇଁ ଆଜି ଘରେ ଘରେ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଦୀପାବଳିର ବିଶେଷ ଆକର୍ଷଣ ହେଉଛି ବାଣଫୁଟା। ସଂଧ୍ୟା ନଇଁବା କ୍ଷଣି ବିଭିନ୍ନ ପ୍ରକାର ଆତସବାଜିର ଶବ୍ଦରେ କମ୍ପିଉଠିବ ପୁରପଲ୍ଲୀ। ଏଥିପାଇଁ ସହର ବଜାରରେ ଖୋଲିଛି ନାନା ରକମର ବାଣର ପସରା। ତା’ସହିତ ଆଜି କାଉଁରିଆ ଜାଳି ବଡବଡୁଆ ଡାକିବାର ପରମ୍ପରା ମଧ୍ୟ ରହିଛି। ଆଲୋକର ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି କରାଯାଇଛି।

Related story