ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟ ବିଜେପିର କୋର କମିଟି ଓ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ୍। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁସାରେ ଦଳ ରଣନୀତି ପ୍ରସ୍ତୁତ କରିଛି ବୋଲି ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି। ଅପରାହ୍ନରେ ଦଳର ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିଥିଲା। ଏଥିରେ ଭବିଷ୍ୟତର ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ତା’ସହିତ ସାଂଗଠନିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ତେବେ ଫୋକସ୍‌ରେ ରହିଥିଲା ପଞ୍ଚାୟତ […]

bjp2

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 07:58 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟ ବିଜେପିର କୋର କମିଟି ଓ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ୍। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁସାରେ ଦଳ ରଣନୀତି ପ୍ରସ୍ତୁତ କରିଛି ବୋଲି ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି।

ଅପରାହ୍ନରେ ଦଳର ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିଥିଲା। ଏଥିରେ ଭବିଷ୍ୟତର ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ତା’ସହିତ ସାଂଗଠନିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ତେବେ ଫୋକସ୍‌ରେ ରହିଥିଲା ପଞ୍ଚାୟତ ନିର୍ବାଚନ। ଏହା ପରେ ରାଜ୍ୟ ପଦାଧିକାରୀଙ୍କ ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଥିଲା।

ଅରୁଣ ସିଂ କହିଛନ୍ତି,“ଓଡ଼ିଶାରେ ଦଳର ଆକ୍ସନ ପ୍ଲାନ୍ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ସେହି ଅନୁସାରେ ବର୍ତ୍ତମାନ ଦଳ ଏଠାରେ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ରଣନୀତି ଅନୁସାରେ କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଦଳର ରଣନୀତି ପ୍ରଭାବଶାଳୀ ରହିଛି। ଏହାକୁ ଆହୁରି ଫଳପ୍ରଦ କରିବା ପାଇଁ ଓ ରାଜ୍ୟର ଅପରାଗ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆଗକୁ ଆହୁରି ରଣନୀତି ପ୍ରସ୍ତୁତ କରାଯିବ।”

ମିଶନ ୨୦୧୯ ପାଇଁ ଅମିତ ଶାହାଙ୍କ ନଜରରେ ଥିବା ଲୋକସଭା ଆସନଗୁଡ଼ିକ ପାଇଁ ରଣନୀତି ପ୍ରସ୍ତୁତି ସରିଛି ବୋଲି ଅରୁଣ ସିଂ କହିଛନ୍ତି। ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟ ବିଜେପି ଏହି ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଆସନ୍ତାକାଲି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ। ଆଜି ପ୍ରସ୍ତୁତ କରାଯାଇଥିବା ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆସନ୍ତାକାଲି ଆଲୋଚନା ହେବ।

Related story