ଯାଜପୁରରେ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, କାଲି ଯିବେ ନଗଡ଼ା

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୫ ଜଣିଆ ଟିମ୍ ଆସି ପହଞ୍ଚିଛି।  ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଆଜି ଯାଜପୁରର କାଳିଆପାଣିରେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା ବୈଠକ କରିଛି। ବୈଠକରେ ଜିଲାପାଳଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଟିମ୍ […]

nagada

Rakesh Mallick
  • Published: Monday, 01 August 2016
  • , Updated: 02 August 2016, 08:29 AM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୫ ଜଣିଆ ଟିମ୍ ଆସି ପହଞ୍ଚିଛି।  ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଆଜି ଯାଜପୁରର କାଳିଆପାଣିରେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା ବୈଠକ କରିଛି। ବୈଠକରେ ଜିଲାପାଳଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଟିମ୍ ଆସନ୍ତାକାଲି ନଗଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିବ। ସେଠାରୁ ଫେରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅନୁଧ୍ୟାନକାରୀ ଦଳରେ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅବଦେଶ କୁମାର, ଶିଶୁ ଡାକ୍ତର ପ୍ରବୀଣ କୁମାର ଓ ଡାକ୍ତର ଅରୁଣ ସିଂହ ଅଛନ୍ତି।

ନଗଡ଼ା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍‌ ପଠାଇବାକୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖିଥିଲେ।

ନଗଡାକୁ ନେଇ ଚିନ୍ତାପ୍ରକଟ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ନଗଡାରେ କାହିଁକି ଶିଶୁ ମଡକ ହେଲା ଓ ଏହା ପରେ ସରକାର କ’ଣ କରିଛନ୍ତି ତା’ର ତଥ୍ୟ ମାଗିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ୧୦ ଦିନ ମଧ୍ୟରେ ଏହି ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏନେଇ କମିଶନ ସଦସ୍ୟା ପ୍ରିୟଙ୍କା କାନୁନ୍‌ଗୋ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ପାଇବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯାଜପୁର ଜିଲ୍ଲାପାଳଙ୍କୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ କହିଛନ୍ତି।

Related story