ଓଏମ୍‌ସିକୁ ୨ଟି କୋଲ୍‌ବ୍ଲକ୍‌, ଓପିଜିସିକୁ କୋଲ୍‌ ଲିଙ୍କେଜ୍‌ ଦାବି କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କ ୭ ରେସ୍‌କୋର୍ସ ରୋଡ୍‌ ସ୍ଥିତ ବାସଭବନରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବୀନ ଓଡ଼ିଶାର ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୈଠକ ପରେ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଓଏମ୍‌ସିକୁ ୨ଟି କୋଲବ୍ଲକ୍  ଆବଣ୍ଟନ ନେଇ ଦାବି କରାଯିବା ସହ ଓପିଜିସିକୁ କୋଲ୍ ବ୍ରିଜ୍‌ ଲିଙ୍କେଜ୍‌ ପ୍ରସଙ୍ଗରେ ଆଲୋଚନା […]

cm

cm

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 04:16 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କ ୭ ରେସ୍‌କୋର୍ସ ରୋଡ୍‌ ସ୍ଥିତ ବାସଭବନରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବୀନ ଓଡ଼ିଶାର ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ବୈଠକ ପରେ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଓଏମ୍‌ସିକୁ ୨ଟି କୋଲବ୍ଲକ୍  ଆବଣ୍ଟନ ନେଇ ଦାବି କରାଯିବା ସହ ଓପିଜିସିକୁ କୋଲ୍ ବ୍ରିଜ୍‌ ଲିଙ୍କେଜ୍‌ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାସହିତ ଓପିଟିସିକୁ ତେନ୍ତୁଲଇ ବଦଳରେ ବିକଳ୍ପ କୋଇଲା ଖଣି ପାଇଁ ଦାବି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଭେଡାବାହାଲରେ ଅଲଟ୍ରା ମେଗା ପାୱାର ପ୍ଲାଣ୍ଟର ବିଡିଂ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିବା ସହ ଖଣି ପ୍ରକଳ୍ପକୁ ସର୍ତ୍ତମୂଳକ ମଞ୍ଜୁରୀ ଦେବା ପାଇଁ ଦାବି କରାଯାଇଛି। ଏହାସହ ସୁସ୍ଥ ପରିବେଶ ସେସ୍‌ରେ ଓଡ଼ିଶାର ଅଂଶ ବୃଦ୍ଧି କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।”

ତେବେ ମରୁଡି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏବଂ ପୋସ୍କୋ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇ ନ ଥିବାରୁ ଚର୍ଚ୍ଚା ଜୋର ଧରିଛି।

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ନବୀନ ୭ଟି ଦାବି ଉପସ୍ଥାପନ କରିଥିଲେ। ଏଥିରେ ସେ କୋଇଲା, ଶକ୍ତି ଓ ଖଣି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଥିଲେ। ନ୍ୟାସନାଲ ଇନର୍ଭନମେଣ୍ଟ ଏନଭିରନ୍‌ମେଣ୍ଟ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଜରିଆରେ ଖଣି ପ୍ରକଳ୍ପକୁ ସର୍ତ୍ତମୂଳକ ମଞ୍ଜୁରୀ ଦେବା ସହ ପରିବେଶ ସେସ୍‌ ଅନୁଦାନ ୬୦-୪୦ ଅନୁପାତରେ ଦେବାକୁ ସେ ଦାବି କରିଛନ୍ତି।

ବିଜନେସ୍‌ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର ଦିଲୀପ ଶତପଥୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଯାହା ଦାବି ଉପସ୍ଥାପନ କରିଛନ୍ତି ପୂର୍ବରୁ ଚିଠି ଜରିଆରେ ହେଉ ଅବା ଅନ୍ୟ ଫୋରମରେ ରାଜ୍ୟ ସରକାର ଉଠାଇଛନ୍ତି। ଯେହେତୁ ସେ ଦାବି ଗୁଡିକ ପୂରଣ ହେଉନାହିଁ, ସାକ୍ଷାତ ଆଲୋଚନା ପରେ କାଳେ କେନ୍ଦ୍ର ସରକାର ପଦକ୍ଷେପ ନେବେ ସେହି ଆଶାରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି।”

ଶିଳ୍ପ ବିଶେଷଜ୍ଞ ବିଏସ ପାଣି କହିଛନ୍ତି, “ବାରମ୍ବାର ଚିଠି ଲେଖିଲେ କେହି ଶୁଣୁନାହାନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି କିଛି ସମାଧାନ ବାହାର କରିବା ମୁଖ୍ୟମନ୍ତ୍ରୀଙ୍କର ଏକ ଭଲ ପଦକ୍ଷେପ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story