ବୁଢ଼ା ଆଙ୍ଗୁଠି ବିନା ସୂଚାରୁ ରୂପେ କୌଣସି କାମ କରିବା ସମ୍ଭବ ନୁହେଁ। ତୀର ଚାଳନା କରିବା ତ ଦୂରର କଥା। ମାତ୍ର ଆଜି ଦୁନିଆରେ ତୀରନ୍ଦାଜମାନେ ବୁଢ଼ା ଆଙ୍ଗୁଠି ନ ଲଗାଇ ତୀର ଚାଳନା କରୁଛନ୍ତି। ଅବସ୍ୟ ଏମିତି ଅଭ୍ୟାସ୍ ସମସ୍ତଙ୍କର ନାହିଁ । ତଥାପି ଏଭଳି ତୀରଚାଳନା କରିବା ସମ୍ପର୍କରେ ଏକ ରୋଚକ କାହାଣୀ ରହିଛି। ଖେଳାଳିମାନେ ଏପରି କଣ ପାଇଁ କରିଥାଆନ୍ତି, ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
ଏହି କାରଣ ସମ୍ପର୍କରେ ଜାଣିବାକୁ ଆମକୁ ଫେରିବାକୁ ପଡିବ ମହାଭାରତକୁ। ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ବିଶ୍ୱର ଶ୍ରେଷ୍ଠ ତୀରନ୍ଦାଜ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଉଭା ହୁଅନ୍ତି ଏକଲବ୍ୟ। ଜଣେ ଶବର ବାଳକ ହୋଇ ସେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ଏକଲବ୍ୟଙ୍କ ଅଭୁତପୂର୍ବ ତୀରଚାଳନା ଦେଖି ଅଭିଭୁତ ହୁଅନ୍ତି ଆଚାର୍ଯ୍ୟ ଦ୍ରୋଣ। ଏଣେ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଘୋଷଣା କରିବା ରାସ୍ତାରେ ଏକଲବ୍ୟ ପ୍ରତିବନ୍ଧକ ହୋଇପାରନ୍ତି ବୋଲି ଭାବି ଚିନ୍ତାରେ ପଡିଯାଆନ୍ତି। ଏଣୁ ଚତୁରତାର ସହ ଗୁରୁ ଦକ୍ଷିଣା ସ୍ୱରୂପ ଏକଲବ୍ୟଙ୍କୁ ବୁଢ଼ା ଆଙ୍ଗୁଠି ମାଗି ନିଅନ୍ତି। ଗୁରୁଙ୍କ କଥାକୁ ସମ୍ମାନ ଜଣାଇ ଏକଲବ୍ୟ ତୀରରେ ବୁଢ଼ା ଆଙ୍ଗୁଠି କାଟି ଦକ୍ଷିଣା ସ୍ୱରୂପ ଦେଇ ଦିଅନ୍ତି।
ଏହିଠାରେ ଏକଲବ୍ୟଙ୍କ କଥା ସରିଯାଏ ନାହିଁ । ନିଜର ଉପସ୍ଥିତି ବୁଦ୍ଧି ଯୋଗୁଁ ଏକଲବ୍ୟ ବିଶି ଓ ମଝି ଆଙ୍ଗୁଠିରେ ତୀର ଚାଳନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। ଏକଲବ୍ୟଙ୍କ ଏହି ସ୍ୱତନ୍ତ୍ରତାକୁ ବଜାଏ ରଖିବାକୁ ଯାଇ ଆଜି କେତେଜଣ ଭାରତୀୟ ତୀରନ୍ଦାଜ୍ ଏଭଳି କୌଶଳ ଆପଣେଇଛନ୍ତି । ବିଶି ଓ ମଝି ଆଙ୍ଗୁଠିରେ ସେମାନେ ତୀର ଚାଳନା କରନ୍ତି। ବୁଢା ଆଙ୍ଗୁଳୀ ଏଥିରେ ଲାଗେନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।