ହୃଦୟବାନ୍ ଆମ୍ବୁଲାନ୍ସ କର୍ମଚାରୀ: ଅଧାବାଟରେ ରୋଗୀଙ୍କୁ ରକ୍ତ ଦେଇ ବଞ୍ଚେଇଲେ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଅନେକ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟତିକ୍ରମ ସମ୍ପର୍କରେ ଶୁଣୁ। ରୋଗୀଙ୍କୁ ଡାକ୍ତରଖାନା ନେବାକୁ ରହିଥିବା ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଥିବା ସମ୍ପର୍କରେ ମଧ୍ୟ ଗଣମାଧ୍ୟମରେ ପ୍ରଚାର ହୋଇଥାଏ। ବେଳେବେଳେ ସ୍ଥିତି ଏମିତି ହୁଏ ଯେ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ଦୋଷ ଦେବାକୁ ପଛାଇ ନ ଥାଏ ଆମ ସମାଜ। ବାସ୍ତବରେ କାଁ ଭାଁ କିଛି କର୍ମଚାରୀଙ୍କୁ ଛାଡ଼ିଦେଲେ, ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀଙ୍କ ମାନବିକତା ଯେ ବହୁ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 02:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ଅନେକ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟତିକ୍ରମ ସମ୍ପର୍କରେ ଶୁଣୁ। ରୋଗୀଙ୍କୁ ଡାକ୍ତରଖାନା ନେବାକୁ ରହିଥିବା ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଥିବା ସମ୍ପର୍କରେ ମଧ୍ୟ ଗଣମାଧ୍ୟମରେ ପ୍ରଚାର ହୋଇଥାଏ। ବେଳେବେଳେ ସ୍ଥିତି ଏମିତି ହୁଏ ଯେ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ଦୋଷ ଦେବାକୁ ପଛାଇ ନ ଥାଏ ଆମ ସମାଜ। ବାସ୍ତବରେ କାଁ ଭାଁ କିଛି କର୍ମଚାରୀଙ୍କୁ ଛାଡ଼ିଦେଲେ, ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀଙ୍କ ମାନବିକତା ଯେ ବହୁ ଊର୍ଦ୍ଧ୍ୱରେ ସେ କଥା ପ୍ରମାଣିତ କରିଛନ୍ତି  ଯତୀନ୍ କୁମାର ବିଶ୍ୱାଳ।

ଯତୀନ୍ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରୁପାଲି ସିଏଚ୍‌ସିର ୧୦୮ ଆମ୍ବୁଲାନ୍ସ ଏମର୍ଜେନ୍ସି ମେଡିକାଲ ଟେକ୍ନିସିଆନ (ଇଏମୋଟି)। ନିଜ ଆମ୍ବୂଲାନ୍ସରେ ଜଣେ ରକ୍ତହୀନତା ରୋଗୀଙ୍କୁ ଡାକ୍ତରଖାନା ନେଉଥିବା ବେଳେ ତୁରନ୍ତ ରକ୍ତଦାନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରସ୍ଥିତି ଓ ପରିବେଶ ସେ ସମୟରେ ରୋଗୀ ଜଣଙ୍କ ପାଇଁ ପ୍ରତିକୂଳ ଥିଲା। ଫଳରେ କୌଣସି ଉପାୟ ନ ପାଇ ଜୀଇଁବାର ଆଶା ଛାଡ଼ି ଦେଇଥିଲେ ରୋଗୀ। ଶେଷରେ ଦେବଦୂତ ଭାବେ ଯତୀନ୍‌ଙ୍କ ମହନୀୟତା ରକ୍ତଦାନ ପାଇଁ ତାଙ୍କୁ ପ୍ରେରିତ କରିଥିଲା ଓ ନୂଆ ଜୀବନ ପାଇଥିଲେ ଯଶୋବନ୍ତୀ ନାୟକ।

କେମିତି ଥିଲା ପୂରା ଘଟଣା ପଢ଼ନ୍ତୁ

ଘଟଣାଟି ଗତ ୧୭ ତାରିଖର ଅପରାହ୍ନ ୩ଟା ବେଳର। ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ୍‌ରେ ଖବର ପହଞ୍ଚିଲା, ଜଣେ ଗୁରୁତର ରକ୍ତହୀନତା ପୀଡିତ ରୋଗୀଙ୍କୁ ସ୍ଥାନାନ୍ତରଣ କରାଯିବ। ଫୋନ କରିଥିଲେ ରାଜାରାମ ମାହାଲି। ତୁରନ୍ତ ଏକ କେସ୍ ପଞ୍ଜିକୃତ କରି ଡୁଙ୍ଗୁରୁପାଲି ସିଏଚ୍‌ସିରୁ ରୋଗୀ ଜଣକୁ ନେଇ ଆମ୍ବୁଲାନ୍ସ ବହାରିଲା ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ। ଆମ୍ବୁଲାନ୍ସର ଶୀତତାପ ନିୟନ୍ତ୍ରିତ ୱାଗନ ଭିତରେ ମୃତ୍ୟୁକୁ ପାଖରୁ ଦେଖୁଥାନ୍ତି ଡୁଡୁକା ବ୍ଲକ୍‌ ସମ୍ପୁଆ ଗାଁର ୫୦ ବର୍ଷିୟା ଯଶୋବନ୍ତୀ। ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତର ଡି.ବେହେରା ହଠାତ୍ କହିଲେ, ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ। ତୁରନ୍ତ ରକ୍ତ ଦେବାକୁ ପଡ଼ିବ। ରକ୍ତ ସଂଗ୍ରହ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସମେସ୍ତ ବିଚଳିତ ହୋଇପଡ଼ିଲେ। ରୋଗୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ରକ୍ତ ଭଣ୍ଡାରରୁ ରକ୍ତ କିଣିବା ମଧ୍ୟ ସମ୍ଭବପର ନଥିଲା। ଏଭଳି ସ୍ଥିତିରେ ସହାୟତା କରିଥିଲେ ସେହି ଆମ୍ବୁଲାନ୍ସର ଟେକ୍ନିକାଲ କର୍ମଚାରୀ ଯତୀନ। ତୁରନ୍ତ ନିଜେ ରୋଗୀଙ୍କୁ ରକ୍ତଦାନ କରିବାକୁ ସେ ମନସ୍ଥ କରିଥିଲେ। ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ  ସମସ୍ତଙ୍କ ପାଖରେ ଏବେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆମ୍ବୁଆନ୍ସ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନେଇ ଆମ ରାଜ୍ୟରେ ଥିବା ବଦନାମ ଆଗରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛତି ଯତୀନ। ତାଙ୍କ ମାନବିକତା ପାଇଁ ତାଙ୍କୁ ଏ ଦୁନିଆ ସଲାମ କରିବ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos