ଅଣ ମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହକୁ ଆକଳନ କରିନି ଛତିଶଗଡ଼: ବିଜେଡି

ବିଳାସପୁର: ଅଣ-ମୌସୁମୀ ସମୟରେ ମହାନଦୀରେ କେତେ ଜଳ ପ୍ରବାହିତ ହେବ ଆକଳନ ନ କରି ଛତିଶଗଡ଼ ସରକାର ଉପରମୁଣ୍ଡରେ ବ୍ୟାରେଜ ଓ ପ୍ରକଳ୍ପ ନିର୍ମାଣ କରୁଛି। ଏହାଦ୍ୱାରା ମହାନଦୀର ତଳମୁଣ୍ଡ ପ୍ରଭାବିତ ହେବ। ଉପରମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପ ଓ ବ୍ୟାରେଜ ପରିଦର୍ଶନ କରିବା ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛି ବିଜେଡି ଟିମ୍‌। ଜଳସେଚନ ନାଁରେ ଛତିଶଗଡ଼ ମହାନଦୀର ପାଣି ଶିଳ୍ପକୁ ଦେଉଛି ବୋଲି ଆଜି ମଧ୍ୟ ଟିମ୍‌ ଅଭିଯୋଗ କରିଛି। ବିଳାସପୁରରେ ବିଜେଡି ଟିମ୍‌ […]

bjd-meam

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 08:15 PM IST

ବିଳାସପୁର: ଅଣ-ମୌସୁମୀ ସମୟରେ ମହାନଦୀରେ କେତେ ଜଳ ପ୍ରବାହିତ ହେବ ଆକଳନ ନ କରି ଛତିଶଗଡ଼ ସରକାର ଉପରମୁଣ୍ଡରେ ବ୍ୟାରେଜ ଓ ପ୍ରକଳ୍ପ ନିର୍ମାଣ କରୁଛି। ଏହାଦ୍ୱାରା ମହାନଦୀର ତଳମୁଣ୍ଡ ପ୍ରଭାବିତ ହେବ। ଉପରମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପ ଓ ବ୍ୟାରେଜ ପରିଦର୍ଶନ କରିବା ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛି ବିଜେଡି ଟିମ୍‌। ଜଳସେଚନ ନାଁରେ ଛତିଶଗଡ଼ ମହାନଦୀର ପାଣି ଶିଳ୍ପକୁ ଦେଉଛି ବୋଲି ଆଜି ମଧ୍ୟ ଟିମ୍‌ ଅଭିଯୋଗ କରିଛି।

ବିଳାସପୁରରେ ବିଜେଡି ଟିମ୍‌ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଜି ବୈଠକ ହୋଇଥିଲା। ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବୃହତ ପ୍ରକଳ୍ପ ଓ ବ୍ୟାରେଜ ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ନେଇଛି କି ନାହିଁ ଟିମ୍‌ ଜାଣିବାକୁ ଚାହିଁ ଥିଲା। ଏହାସହ ଏହି ପ୍ରକଳ୍ପ ଯୋଗୁଁ ଅଣ-ମୌସୁମୀ ସମୟରେ ତଳମୁଣ୍ଡରେ କ’ଣ ପ୍ରଭାବ ପଡ଼ିବ ଏବଂ ଉପନଦୀ ଓ ଶାଖା ନଦୀରୁ ମହାନଦୀକୁ କେତେ ପାଣି ପ୍ରବାହିତ ହେଉଛି ତାହା ଛତିଶଗଡ଼ ସରକାର ଆକଳନ କରିଛନ୍ତି କି ନାହିଁ ବିଜେଡି ଟିମ୍‌ ଜାଣିବାକୁ ଚାହିଁଥିଲା।

୧୨ ଜଣିଆ ବିଜେଡି ଟିମ୍‌ର ମୁଖ୍ୟ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମହାନଦୀ ଉପରେ ସେମାନେ (ଛତିଶଗଡ଼) ୬ଟି ବ୍ୟାରେଜ କରୁଛନ୍ତି। ଏହାବାଦ୍‌ ଉପନଦୀ ଓ ଶାଖା ନଦୀରେ ମଧ୍ୟ ପ୍ରକଳ୍ପ କରୁଛନ୍ତି। ଏହାର ପ୍ରଭାବ ତଳମୁଣ୍ଡରେ ଥିବା ଓଡ଼ିଶାବାସୀଙ୍କ ଉପରେ ପଡିବା ନିଶ୍ଚିତ।”

ସେ କହିଛନ୍ତି, “ଜଳସେଚନ ଓ ପାନୀୟଜଳ ଯୋଗାଣ ଉଦ୍ଦେଶ୍ୟରେ ପ୍ରକଳ୍ପ କରୁଥିବା ଛତିଶଗଡ଼ କହୁଛି। ମାତ୍ର ପ୍ରକୃତ ସତ୍ୟ ହେଲା ଶିଳ୍ପକୁ ଜଳ ଯୋଗାଣ ପାଇଁ ଏପରି ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳ୍ପ ସଂସ୍ଥାମାନେ ଅର୍ଥ ଯୋଗାଉଛନ୍ତି।”

Related story