ଓଡ଼ିଶା ଫେରିଲେ ଅନନ୍ୟା

ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ଜୁନିୟର ସିଜନ୍ ଟୁ’ର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଆଜି ଓଡ଼ିଶା ଫେରି ଆସିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ତାଙ୍କ ପରିବାର, ସ୍କୁଲ କର୍ତ୍ତୃପକ୍ଷ ଏବଂ ଫ୍ୟାନ୍ସଙ୍କ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା।ତା’ପରେ ଅନନ୍ୟା ଯାଇଥିଲେ ପୋଖରୀପୁଟ ସ୍ଥିତ ତାଙ୍କ ଡିଏଭି ପବ୍ଲିକ୍ ସ୍କୁଲକୁ। ତାଙ୍କୁ ସେଠାରେ ସ୍କୁଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନନ୍ୟା ନିଜ କଣ୍ଠରେ ଗୀତ ଗାଇ ଅନୁଭୂତି ବାଣ୍ଟିବା ସହ […]

ananya

ananya

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 08:21 AM IST

ananyaଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ଜୁନିୟର ସିଜନ୍ ଟୁ'ର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଆଜି ଓଡ଼ିଶା ଫେରି ଆସିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ତାଙ୍କ ପରିବାର, ସ୍କୁଲ କର୍ତ୍ତୃପକ୍ଷ ଏବଂ ଫ୍ୟାନ୍ସଙ୍କ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା।ତା’ପରେ ଅନନ୍ୟା ଯାଇଥିଲେ ପୋଖରୀପୁଟ ସ୍ଥିତ ତାଙ୍କ ଡିଏଭି ପବ୍ଲିକ୍ ସ୍କୁଲକୁ। ତାଙ୍କୁ ସେଠାରେ ସ୍କୁଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନନ୍ୟା ନିଜ କଣ୍ଠରେ ଗୀତ ଗାଇ ଅନୁଭୂତି ବାଣ୍ଟିବା ସହ ସହପାଠୀଙ୍କୁ ନିଜର ସଫଳତା ସଂପର୍କରେ ସୂଚନା ଦେଇଥିଲେ। ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସେ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନନ୍ୟା ତାଙ୍କ ପରିବାର ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos