ତିନି ଛୁଆଙ୍କୁ ମାରି ଆତ୍ମହତ୍ୟା ଉଦ୍ୟମ କରିଥିବା ମା’ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗାଁରେ ଗତକାଲି ନିଜର ତିନି ପୁଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିବା ପରେ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୌଭାଗିନୀ ବେହେରାଙ୍କୁ ପୋଲିସ୍ ଗିରଫ କରିଛି। ଆହତ ଅବସ୍ଥାରେ ଉଦ୍ଧାର ପରେ ଫେରାର ସୌଭାଗିନୀ ଗୁରୁଜାଙ୍ଗ ମନ୍ଦିରରେ ଲୁଚି ଥିଲେ। ପୋଲିସ୍ ତାଙ୍କୁ ସେଠାରୁ ଗିରଫ କରିଛି। ପାରିବାରିକ କଳହ କାରଣରୁ ସେ ଛୁଆ ମାନଙ୍କୁ ମାରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପଚରାଉଚରା […]

soubhaginee

Rakesh Mallick
  • Published: Sunday, 11 September 2016
  • , Updated: 11 September 2016, 02:21 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗାଁରେ ଗତକାଲି ନିଜର ତିନି ପୁଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିବା ପରେ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୌଭାଗିନୀ ବେହେରାଙ୍କୁ ପୋଲିସ୍ ଗିରଫ କରିଛି। ଆହତ ଅବସ୍ଥାରେ ଉଦ୍ଧାର ପରେ ଫେରାର ସୌଭାଗିନୀ ଗୁରୁଜାଙ୍ଗ ମନ୍ଦିରରେ ଲୁଚି ଥିଲେ। ପୋଲିସ୍ ତାଙ୍କୁ ସେଠାରୁ ଗିରଫ କରିଛି। ପାରିବାରିକ କଳହ କାରଣରୁ ସେ ଛୁଆ ମାନଙ୍କୁ ମାରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପଚରାଉଚରା ବେଳେ ପୋଲିସ୍‌କୁ କହିଛି।

ସୌଭାଗିନୀଙ୍କ ତିନି ପୁଅ ନାବାଳକ ଥିଲେ। ସେମାନଙ୍କ ବୟସ ୬, ୪ ଓ ୨ ବର୍ଷ ଥିଲା। ସୌଭାଗିନୀଙ୍କ ସ୍ୱାମୀ ଏକ ମାମଲାରେ ଜେଲ୍‌ରେ ଅଛନ୍ତି।

Related story