ନରସିଂହଙ୍କ କ୍ଷୋଭ: କହିଲେ ଶପଥ ଗ୍ରହଣ ଉତ୍ସବରେ ଅପମାନିତ ହେଲି, ଜଳ ଜଳ ଦିଶୁଛି ବିଜେଡିରେ ଫାଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। ଏଥିରେ କିଛି ନୂଆ ମୁହଁ ସାମିଲ ହୋଇଛନ୍ତି। ରାଜଭବନର ଅଭିଷାକ ହଲ୍‌ରେ ରାଜ୍ୟପାଳ ଏସ୍‌ସି ଜମିର ଶପଥ ପାଠ କରାଇଥିଲେ। ହେଲେ ଏହି ଶପଥ ପାଠ ଉତ୍ସବରେ ପ୍ରୋଟକଲ୍‌ ଉଲ୍ଲଂଘନ କରାଯାଇଛି। ଏପରି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହାସହ କାର୍ଯ୍ୟକ୍ରମରେ ତାଙ୍କୁ ଅପମାନିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ ବିରୋଧୀ ଦଳ ନେତା ଏକ ସାମ୍ବିଧାନିକ ପଦବୀ। […]

narashinha

narashinha

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 03:22 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। ଏଥିରେ କିଛି ନୂଆ ମୁହଁ ସାମିଲ ହୋଇଛନ୍ତି। ରାଜଭବନର ଅଭିଷାକ ହଲ୍‌ରେ ରାଜ୍ୟପାଳ ଏସ୍‌ସି ଜମିର ଶପଥ ପାଠ କରାଇଥିଲେ। ହେଲେ ଏହି ଶପଥ ପାଠ ଉତ୍ସବରେ ପ୍ରୋଟକଲ୍‌ ଉଲ୍ଲଂଘନ କରାଯାଇଛି। ଏପରି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହାସହ କାର୍ଯ୍ୟକ୍ରମରେ ତାଙ୍କୁ ଅପମାନିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ ବିରୋଧୀ ଦଳ ନେତା ଏକ ସାମ୍ବିଧାନିକ ପଦବୀ। ହେଲେ ମୋତେ ଚତୁର୍ଥ ଧାଡ଼ିରେ ବସିବାକୁ କୁହାଯାଇଥିଲା। ମୋ ଆଗରେ ବିଧାୟକ, ସାଂସଦ ଓ ରାଷ୍ଟ୍ରମନ୍ତ୍ରୀ ବସିଥିଲେ। ଏହା ମୋ ପ୍ରତି ଅପମାନ। ଏହାର ପ୍ରତିବାଦରେ ମୁଁ ଆଜି ଆଟ୍ ହୋମ୍ ପାର୍ଟିକୁ ଗଲିନାହିଁ।”

ସେ ଆହୁରି କହିଛନ୍ତି,“ଏପରିକି ସେଠାରେ ଆଗରେ ବସିବାକୁ ଠେଲାପେଲା ହୋଇଥିଲା। ଯେଉଁଥିରେ ମୋ ମୁଣ୍ଡରେ ଆଘାତ ଲାଗିଛି। ଏ ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ପରମ୍ପରାକୁ ସମ୍ମାନ ଦିଆଯାଉନି। ସାମ୍ବିଧାନିକ ଆଇନକୁ ଉଲ୍ଲଂଘନ କରାଯାଉଛି।”

ପଛୁଆ ଜିଲ୍ଲାକୁ କୋଣଠେସା

ମନ୍ତ୍ରିମଣ୍ଡଳରେ ପୁଣି ଥରେ ପଛୁଆ ଜିଲ୍ଲାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ। ସେ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେଲା। କିଛି ମନ୍ତ୍ରୀ ଗଲେ କିଛି ନୂଆ ଆସିଲେ। ଆଉ କିଛି ମନ୍ତ୍ରୀ ବିଭାଗରେ ଅଦଳ ବଦଳ ହେଲା। ହେଲେ ପଛୁଆ ଅଞ୍ଚଳ କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ମୟୂରଭଞ୍ଜ ସୁନ୍ଦରଗଡ଼ ଓ ବୈଦ୍ଧ ଜିଲ୍ଲାରୁ କାହାରିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲାନାହିଁ। ଆଶା କରାଯାଉଥିଲା ମୟୂରଭଞ୍ଜରୁ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ କାଟି ଦିଆଗଲା।”

ଫାଟ ଜଳ ଜଳ

ସରକାରୀ ଦଳରେ ଫାଟ୍‌ ଜଳ ଜଳ ଦେଖା ଯାଉଛି। ଆଗକୁ ଏହା ଆହୁରି ତୀବ୍ର ହେବାକୁ ଯାଉଛି। ଯେଉଁମାନେ ଗତକାଲି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ସେମାନଙ୍କ ମଧ୍ୟରୁ କାହାକୁ ବି ଜଣଙ୍କୁ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳି ନ ଥିଲା ବୋଲି ନରସିଂହ କହିଛନ୍ତି।

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ କହିଥିଲେ ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ହେଲେ ବାଦ ପଡିଥିବା ଅଧିକାଂଶ ମନ୍ତ୍ରୀ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଫାଟ ଏବେ ଲୋକଲୋଚନକୁ ଆସିଲାଣି। ଆଗକୁ ଜଣାପଡିବ ଏ ଦଳ ରହିବ ନା ମରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story