ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଇନ୍ଦୁ ଦିୱାନଙ୍କୁ ପୁଣି ରିମାଣ୍ଡରେ ନେଇପାରେ ସିବିଆଇ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଇନ୍ଦୁ ଦିୱାନଙ୍କ ସିବିଆଇ ରିମାଣ୍ଡ ଅବଧି ଆଜି ସରୁଛି। ଆବଶ୍ୟକ ପଡିଲେ ସିବିଆଇ ଇନ୍ଦୁଙ୍କୁ ପୁଣି ରିମାଣ୍ଡରେ ନେଇପାରେ । ତାଙ୍କୁ ଗତ ୧୮ତାରିଖରେ ୫ଦିନ ପାଇଁ ରିମାଣ୍ଡରେ ନେଇ ଏଟି ଗ୍ରୁପ ଟଙ୍କା ବିନିଯୋଗ ସମ୍ପର୍କରେ ସିବିଆଇ ଜେରା କରିଥିଲା। ପ୍ରିଜିମ୍ ହାଇଟ୍ ଫିଲ୍ମ ସଂସ୍ଥାର ନିର୍ଦ୍ଦେଶକ ତଥା ମୁମ୍ୱାଇ ମଡେଲ୍ ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁଙ୍କୁ ସିବିଆଇ ୧୭ ତାରିଖରେ ଗିରଫ କରିଥିଲା। ପ୍ରିଜିମ୍ ହାଇଟ୍ରେ […]

indu-diawan

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 07:10 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଇନ୍ଦୁ ଦିୱାନଙ୍କ ସିବିଆଇ ରିମାଣ୍ଡ ଅବଧି ଆଜି ସରୁଛି। ଆବଶ୍ୟକ ପଡିଲେ ସିବିଆଇ ଇନ୍ଦୁଙ୍କୁ ପୁଣି ରିମାଣ୍ଡରେ ନେଇପାରେ । ତାଙ୍କୁ ଗତ ୧୮ତାରିଖରେ ୫ଦିନ ପାଇଁ ରିମାଣ୍ଡରେ ନେଇ ଏଟି ଗ୍ରୁପ ଟଙ୍କା ବିନିଯୋଗ ସମ୍ପର୍କରେ ସିବିଆଇ ଜେରା କରିଥିଲା।

ପ୍ରିଜିମ୍ ହାଇଟ୍ ଫିଲ୍ମ ସଂସ୍ଥାର ନିର୍ଦ୍ଦେଶକ ତଥା ମୁମ୍ୱାଇ ମଡେଲ୍ ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁଙ୍କୁ ସିବିଆଇ ୧୭ ତାରିଖରେ ଗିରଫ କରିଥିଲା। ପ୍ରିଜିମ୍ ହାଇଟ୍ରେ ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ କୋଟି କୋଟି ଟଙ୍କା ଲଗାଇଥିବା ଜଣାପଡ଼ିଥିଲା। ନିଜେ ପ୍ରଦୀପ ଓ ଇନ୍ଦୁଙ୍କ ଭଉଣୀ ପ୍ରୀତି ଏହି ସଂସ୍ଥାର ନିର୍ଦ୍ଦେଶକ ଥିଲେ। ପ୍ରଦୀପଙ୍କ ଆକାଉଣ୍ଟରୁ ପ୍ରିଜିମ୍ ହାଇଟ୍ ଏବଂ ଇନ୍ଦୁଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣାରେ ପୂର୍ବରୁ ପ୍ରୀତିଙ୍କୁ ସିବିଆଇ ଗିରଫ କରିଥିଲା। ସେ ଏବେ ଝାରପଡା ଜେଲରେ ଅଛନ୍ତି। ମାମଲାରେ ଇନ୍ଦୁଙ୍କୁ ପୂର୍ବରୁ ୫ଥର ଜେରା କରି ସାରିଛି ସିବିଆଇ।

Related story