ଆସନ୍ତାକାଲି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଖସଡା

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଏଥିରେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରାଇଁ ଖସଡା ପ୍ରସ୍ତୁତ ହେବ। ବ୍ଲକ ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ୨ ମାସ ମଧ୍ୟରେ ଏହି ପ୍ରକିୟା ସରିବ। ଏହା ସହ କାର୍ଯ୍ୟକାରିଣୀରେ ସଭ୍ୟ ସଂଗ୍ରହ ଅଭିଯାନ ବାବଦରେ ମଧ୍ୟ ଆଲୋଚନା ହେବ। ଗାନ୍ଧି ଜୟନ୍ତୀରୁ ଦଳ ଆରମ୍ଭ କରୁଥିବା ଜନସଂପର୍କ ପଦଯାତ୍ରା ବିଷୟରେ […]

bjd

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 05:41 AM IST

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଏଥିରେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରାଇଁ ଖସଡା ପ୍ରସ୍ତୁତ ହେବ। ବ୍ଲକ ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ୨ ମାସ ମଧ୍ୟରେ ଏହି ପ୍ରକିୟା ସରିବ। ଏହା ସହ କାର୍ଯ୍ୟକାରିଣୀରେ ସଭ୍ୟ ସଂଗ୍ରହ ଅଭିଯାନ ବାବଦରେ ମଧ୍ୟ ଆଲୋଚନା ହେବ। ଗାନ୍ଧି ଜୟନ୍ତୀରୁ ଦଳ ଆରମ୍ଭ କରୁଥିବା ଜନସଂପର୍କ ପଦଯାତ୍ରା ବିଷୟରେ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ।

Related story