ଆସିକା: ଘରୋଇ କଳିକୁ କେନ୍ଦ୍ର କରି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ

ଆସିକା: ଗଞ୍ଜାମ ଜିଲ୍ଳା ଆସିକା  ସୁନାମ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଆଜି ସକାଳେ ଦେହରେ କିରୋସିନି ଢ଼ାଳି ଉଭୟ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ  ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ତେବେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀର ଅବସ୍ଥା ଗୁରୁତର ରହିଛି।