ପଥର ବ୍ଲାଷ୍ଟିଂ ପୂର୍ବରୁ ପାହାଡରେ ଅଘଟଣ, ୩ ମୃତ: ବଜ୍ରପାତ ଯୋଗୁଁ ବାରୁଦରେ ନିଆଁ ଲାଗିଥିବା ସନ୍ଦେହ

ଆସିକା: କବିସୂର୍ଯ୍ୟନଗର ବ୍ଲକ ଭାଟଖାଲି ପାହାଡ଼ରେ ଆଜି ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ ଆହତ ହୋଇଛନ୍ତି। ମୃତ୍ୟୁ ବ୍ୟକ୍ତିମାନେ ହେଲେ ଫାସି ନାହାକ, ସୁଶାନ୍ତ ସାହୁ ଓ ବାବୁ ସାହୁ। ଆହତ ଡୁଙ୍ଗୁରୁ ନାହାକ ଓ ଶିବରାମ ନାହାକଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି। ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ପାଇଁ […]

lightening

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 08:38 PM IST

ଆସିକା: କବିସୂର୍ଯ୍ୟନଗର ବ୍ଲକ ଭାଟଖାଲି ପାହାଡ଼ରେ ଆଜି ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ ଆହତ ହୋଇଛନ୍ତି। ମୃତ୍ୟୁ ବ୍ୟକ୍ତିମାନେ ହେଲେ ଫାସି ନାହାକ, ସୁଶାନ୍ତ ସାହୁ ଓ ବାବୁ ସାହୁ। ଆହତ ଡୁଙ୍ଗୁରୁ ନାହାକ ଓ ଶିବରାମ ନାହାକଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ପାଇଁ ବାରୁଦ ରଖା ଯାଇଥିଲା। ଏହି ସମୟରେ ବଜ୍ରପାତ ହେବାରୁ ବାରୁଦରେ ନିଆଁ ଲାଗି ଯାଇଥିଲା। ଫଳରେ ବିସ୍ଫୋରଣ ଘଟିବାରୁ କାମ କରୁଥିବା ୩ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Related story