୨୬ ଏପ୍ରିଲ,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବ୍ୟବସାୟରେ ଲାଭବାନ ହେବେ

ମେଷ: ପିଲାଙ୍କ ଉନ୍ନତି ନେଇ ଖୁସି ଅନୁଭବ କରିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ। ଚାକିରିରେ ଅବହେଳା କରନ୍ତୁ ନାହିଁ। କଦଳୀ ଦାନ କରନ୍ତୁ।

ମିଥୁନ: ପରିବାର ଲୋକଙ୍କ ସହଯୋଗ ମିଳିବ। ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: କ୍ୟାରିୟର୍‌ରେ ଉନ୍ନତି ଆସିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସମ୍ପତ୍ତିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ସିଂହ: କ୍ୟାରିୟରରେ ସଫଳତା ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କନ୍ୟା:  ଖର୍ଚ୍ଚ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଋଣରୁ ମୁକ୍ତି ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଚ୍ଛା: କ୍ୟାରିୟରରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ଧନୁ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ମାନ-ସମ୍ମାନ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ମକର: କ୍ୟାରିୟର୍‌ରେ ସମସ୍ୟା ଆସିପାରେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଧାର୍ମିକ ସ୍ଥାନକୁ ଯାଇପାରନ୍ତି।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭବାନ ହେବେ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ୟାରିୟର୍‌ରେ ପରିବର୍ତ୍ତନ କରିପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।