ଫଳକ ଭଙ୍ଗାକୁ ନେଇ ବୈଜୟନ୍ତଙ୍କ ଟ୍ୱିଟ୍‌: ଗୁଣ୍ଡାଗିରି ଆଗରେ ମୁଣ୍ଡ ନୁଆଁଇବିନି

ଭୁବନେଶ୍ୱର: ଉଦ୍‌ଘାଟନ ପୂର୍ବରୁ ନାମଫଳକ ଭଙ୍ଗାକୁ ନେଇ ବିବାଦ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ କେନ୍ଦ୍ରାପଡା ସାଂସଦଙ୍କ ପାଣ୍ଠିରୁ ନିର୍ମିତ ଓଭର୍ ହେଡ ପାଣି ଟାଙ୍କି ଆସନ୍ତାକାଲି ଉଦ୍‌ଘାଟନ ହେବାର ଥିଲା। ଏହା ପୂର୍ବରୁ ଆଜି କେତେକ ଦୁର୍ବୃତ୍ତ ନାମଫଳକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପୁଣି ଦଳରେ ଗୁଣ୍ଡାଗିରି ଦେଖାଦେଇଛି। କିନ୍ତୁ ଗୁଣ୍ଡାଗିରି ଆଗରେ ମୁଁ […]

jay

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 06:37 PM IST

ଭୁବନେଶ୍ୱର: ଉଦ୍‌ଘାଟନ ପୂର୍ବରୁ ନାମଫଳକ ଭଙ୍ଗାକୁ ନେଇ ବିବାଦ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ କେନ୍ଦ୍ରାପଡା ସାଂସଦଙ୍କ ପାଣ୍ଠିରୁ ନିର୍ମିତ ଓଭର୍ ହେଡ ପାଣି ଟାଙ୍କି ଆସନ୍ତାକାଲି ଉଦ୍‌ଘାଟନ ହେବାର ଥିଲା। ଏହା ପୂର୍ବରୁ ଆଜି କେତେକ ଦୁର୍ବୃତ୍ତ ନାମଫଳକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ପୁଣି ଦଳରେ ଗୁଣ୍ଡାଗିରି ଦେଖାଦେଇଛି। କିନ୍ତୁ ଗୁଣ୍ଡାଗିରି ଆଗରେ ମୁଁ ମୁଣ୍ଡ ନୁଆଁଇବି ନାହିଁ। ଆସନ୍ତାକାଲି ଏମ୍‌ପି ଲାଡ୍ ମଞ୍ଜୁର ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯିବି।”

ସେ କହିଛନ୍ତି,“ଗତବର୍ଷ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ମୁଁ ସେଠାକୁ ଯାଇ ଗୁଣ୍ଡାଗିରି ବିରୋଧରେ କହିଥିଲି। ପଞ୍ଚାୟତ ନିର୍ବାଚନରେ ଲୋକେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି।”

Related story