ବାଲେଶ୍ୱରରେ ସଶସ୍ତ୍ର ଡକାୟତି; ଲୁଟି ନେଲେ କାର ଓ ୧୦ ଲକ୍ଷ ଟଙ୍କାର ସୁନାଗହଣା

ବାଲେଶ୍ୱର: ବାଲେଶ୍ୱରର ଜଣେ ସାମ୍ୱାଦିକଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଡ଼କାୟତମାନେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ସହ ନଗଦ ୩୫ହଜାର ଟଙ୍କା ଓ  ଏକ କାର ଲୁଟି ନେଇଛନ୍ତି। ଘରମାଲିକ ସତ୍ୟଶିବ ଦାଶଙ୍କ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଦେଢଟାରେ ୭ଜଣ ଡ଼କାୟତ ଗେଟ୍ ଡେଇଁ ଘରକୁ ପଶିଥିଲେ। ଘରେ ଶୋଇଥିବା ତାଙ୍କ ମା’ ଓ ଝିଆରିଙ୍କୁ ମାଡ଼ ମାରି ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଫଳରେ ସତ୍ୟଶିବ ଘରେ ଥିବା ସମସ୍ତ ଗହଣା […]

baleswar

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 05:34 AM IST

ବାଲେଶ୍ୱର: ବାଲେଶ୍ୱରର ଜଣେ ସାମ୍ୱାଦିକଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଡ଼କାୟତମାନେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ସହ ନଗଦ ୩୫ହଜାର ଟଙ୍କା ଓ  ଏକ କାର ଲୁଟି ନେଇଛନ୍ତି। ଘରମାଲିକ ସତ୍ୟଶିବ ଦାଶଙ୍କ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଦେଢଟାରେ ୭ଜଣ ଡ଼କାୟତ ଗେଟ୍ ଡେଇଁ ଘରକୁ ପଶିଥିଲେ। ଘରେ ଶୋଇଥିବା ତାଙ୍କ ମା' ଓ ଝିଆରିଙ୍କୁ ମାଡ଼ ମାରି ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଫଳରେ ସତ୍ୟଶିବ ଘରେ ଥିବା ସମସ୍ତ ଗହଣା ଓ ଟଙ୍କା ଦେଇଥିଲେ। ରାତି ୨ଟା ୧୫ରେ ଡ଼କାୟତମାନେ ସମସ୍ତଙ୍କୁ ବାନ୍ଧିଦେଇ ମୋବାଇଲ ଓ କାର ନେଇ ଫେରାର ହୋଇଥିବା ସତ୍ୟଶିବ ଅଭିଯୋଗ କରିଛନ୍ତି। ବାଲେଶ୍ୱର ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story