ବଣାଇ: ମିନି ଟ୍ରକ୍ ଦୁର୍ଘଟଣାରେ ମୃତ ୯ କବାଡି ଖେଳାଳିଙ୍କ ଶେଷକୃତ ସମ୍ପନ୍ନ

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା-ବାହାଡ଼ାପଶି ରାସ୍ତାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୯ଜଣ କବାଡି ଖେଳାଳିଙ୍କ ଶେଷକୃତ ନିଜ ଗାଁରେ ସମ୍ପନ୍ନ ହୋଇଛି । ମରଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଆବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି। ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକଟିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୨୪ ଜଣ ସବାର […]

banai-accident-1024x576

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 02:48 PM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା-ବାହାଡ଼ାପଶି ରାସ୍ତାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୯ଜଣ କବାଡି ଖେଳାଳିଙ୍କ ଶେଷକୃତ ନିଜ ଗାଁରେ ସମ୍ପନ୍ନ ହୋଇଛି । ମରଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଆବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି।

ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକଟିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୨୪ ଜଣ ସବାର ହୋଇଥିଲେ। ଏମାନେ ଭିନ୍ନ ଭିନ୍ନ ଚାରୋଟି ଗାଁର ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୧୭ ଜଣ କେବଳ ଷେଣ୍ଢପୁର ଗାଁର ଥିଲେ। ସେମାନେ କବାଡ଼ି ଖେଳିବାକୁ ଲହୁଣିପଡ଼ାର ଧୁଡ଼ିଗାଁକୁ ଯାଇଥିଲେ। ସେଠାରୁ ଏହି ମିନିଟ୍ରକରେ ଫେରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଆରପାଲି ନିକଟରେ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ଡାକ୍ତରଖାନାରେ ଅନ୍ୟ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ପ୍ରଥମେ ବଣାଇ ଓ ପରେ ରାଉରକେଲାର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। ତା’ ସହିତ ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

Related story