ସହର ଭିତରେ ଭାଲୁ, ଆକ୍ରମଣରେ ଦୁଇ ଆହତ

ଟିଟିଲାଗଡ଼: ଟିଟିଲାଗଡ଼ ସହର ଭିତରକୁ ପଶି ଆସିଛି ଏକ ଭାଲୁ। ସହରର ପଦ୍ମନାଭପୁର ଅଞ୍ଚଳରେ ବୁଲୁଛି ଏହି ଭାଲୁ। ଭାଲୁକୁ ଧରିବାକୁ ଯାଇ ଜଣେ ବନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।  ସେହିପରି ଭାଲୁ ଆକ୍ରମଣରେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଭାଲୁ ଯୋଗୁଁ ଭୟଭୀତ ହୋଇଯାଇଛନ୍ତି ଲୋକେ। ବନବିଭାଗ କର୍ମଚାରୀ ଭାଲୁଟିକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।