'ବେଟି ବଚାଓ-ବେଟି ପଢ଼ାଓ' ଯୋଜନାରେ ନୟାଗଡ଼ ଜିଲ୍ଳାକୁ ପ୍ରତିବର୍ଷ ମିଳିବ ୧ କୋଟି ଟଙ୍କା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ-ବେଟି ପଢ଼ାଓ’ଯୋଜନାରେ ସାମିଲ ହୋଇଥିବା ନୟାଗଡ଼ ଜିଲ୍ଲାକୁ ଏଣିକି ପ୍ରତିବର୍ଷ ୧ କୋଟି ଟଙ୍କା ମିଳିବ। ଏହି ଅନୁଦାନ ସହାୟତାରେ ଜିଲ୍ଲାରେ ଶିଶୁକନ୍ୟା ସୁରକ୍ଷା କ୍ଷେତ୍ରରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟାସ୍କଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ବୈଠକରେ ଶିଶୁକନ୍ୟା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ୧୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପଞ୍ଚାୟତ ଓ ବ୍ଲକସ୍ତରରେ ବିବାହ […]

nayagada

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 11:48 AM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ 'ବେଟି ବଚାଓ-ବେଟି ପଢ଼ାଓ'ଯୋଜନାରେ ସାମିଲ ହୋଇଥିବା ନୟାଗଡ଼ ଜିଲ୍ଲାକୁ ଏଣିକି ପ୍ରତିବର୍ଷ ୧ କୋଟି ଟଙ୍କା ମିଳିବ। ଏହି ଅନୁଦାନ ସହାୟତାରେ ଜିଲ୍ଲାରେ ଶିଶୁକନ୍ୟା ସୁରକ୍ଷା କ୍ଷେତ୍ରରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟାସ୍କଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହାଛଡ଼ା ବୈଠକରେ ଶିଶୁକନ୍ୟା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ୧୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପଞ୍ଚାୟତ ଓ ବ୍ଲକସ୍ତରରେ ବିବାହ ପଞ୍ଜୀକରଣ ମାନପତ୍ର ପ୍ରଦାନ ନେଇ ବ୍ୟବସ୍ଥା କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ବାହାରକୁ ଯାଉଥିବା ମହିଳା ମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

Related story