ଭକ୍ତଙ୍କ ଦାନରେ ମିଳୁଥିବା ଅର୍ଥରେ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ ସାରଥି

ଭୁବନେଶ୍ୱର: ଭକ୍ତଙ୍କ ଦାନ ଅର୍ଥରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ସନ୍ତୋଷ ରାଉଳ ଓରଫ୍ ସାରଥି । କୋଟି କୋଟି ଟଙ୍କାରେ ଜାଗା ଓ ଜମି କିଣିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଏହାସହ ତାଙ୍କ ତଥାକଥିତ ପୁଅ ସତ୍ୟମଙ୍କ ନାଁରେ ବି କିଣିଛନ୍ତି ଜମି ଓ ଜାଗା। ଖାତା ନମ୍ୱର ୫୧୫ /୨୩୬ ପ୍ଲଟ୍ ନମ୍ୱର ୩୬୬ରେ ୮୦ ଡିସିମିଲ୍, ଖାତା ନମ୍ୱର ୫୧୫ /୧୮୮, ପ୍ଲଟ ନମ୍ୱର ୩୭୬ରେ ରହିଛି ୮୦ ଡ଼ିସିମିଲ, ଖାତା […]

sarathi1

Rakesh Mallick
  • Published: Tuesday, 11 August 2015
  • , Updated: 12 August 2015, 02:27 AM IST

ଭୁବନେଶ୍ୱର: ଭକ୍ତଙ୍କ ଦାନ ଅର୍ଥରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ସନ୍ତୋଷ ରାଉଳ ଓରଫ୍ ସାରଥି । କୋଟି କୋଟି ଟଙ୍କାରେ ଜାଗା ଓ ଜମି କିଣିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଏହାସହ ତାଙ୍କ ତଥାକଥିତ ପୁଅ ସତ୍ୟମଙ୍କ ନାଁରେ ବି କିଣିଛନ୍ତି ଜମି ଓ ଜାଗା। ଖାତା ନମ୍ୱର ୫୧୫ /୨୩୬ ପ୍ଲଟ୍ ନମ୍ୱର ୩୬୬ରେ ୮୦ ଡିସିମିଲ୍, ଖାତା ନମ୍ୱର ୫୧୫ /୧୮୮, ପ୍ଲଟ ନମ୍ୱର ୩୭୬ରେ ରହିଛି ୮୦ ଡ଼ିସିମିଲ, ଖାତା ନମ୍ୱର ୫୧୫ /୯୭, ପ୍ଲଟ ନମ୍ୱର ୩୭୫/୧୭୮୩ରେ ରହିଛି ୧୫୦ ଡ଼ିସିମିଲ୍ ଜମି । କେନ୍ଦ୍ରାପଡା ଡେରାବିଶ ତହସିଲ ବାରିମୂଳ ମୌଜାରେ ଥିବା ଏସବୁ ଜମିର ମାଲିକାନା ରହିଛି ସତ୍ୟମ ଶେଖର ରାଉଳଙ୍କ ନାଁରେ । ଏହିସବୁ ପଟ୍ଟାରେ ସତ୍ୟମଙ୍କ ପିତା ଶ୍ରୀମଦ ସାରଥି ବୋଲି ମଧ୍ୟ ଉଲ୍ଲେଖ ରହିଛି ।

[caption id="attachment_22782" align="aligncenter" width="640"] ବେଲେଶ୍ୱର ସାରଥି ସମିତି ।[/caption]

ଏପଟେ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସ ବି ରହିଛି ସତ୍ୟମ ଶେଖର ରାଉଳଙ୍କ ନାଁରେ । ଏହି ଡୁପ୍ଲେକ୍ସ ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କ ପତ୍ନୀଙ୍କଠାରୁ କିଣାଯାଇଥିବା ଜଣାପଡିଛି। ସାରଥିଙ୍କ ନାଁରେ ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଣ୍ଟରେ ରହିଛି ଏକ ଫ୍ଲାଟ୍ । ଗତକାଲି ଏହି ଦୁଇଟି ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରିଥିଲା । ଫ୍ଲାଟଟି ବର୍ଷେ ହେଲା ବନ୍ଦ ରହିଥିବାବେଳେ, ସତ୍ୟମ ରହୁଥିବା ଡ୍ୟୁପ୍ଲେକ୍ସ ଘର ଗତ ଶନିବାରଠାରୁ ବନ୍ଦ ରହିଛି । ଡୁପ୍ଲେକ୍ସରୁ କ୍ରାଇମବ୍ରାଞ୍ଚକୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ସୂଚନା ମିଳିଛି।

[caption id="attachment_22783" align="aligncenter" width="640"] କଟକ ସାରଥି ସମିତି ।[/caption]

ସାରଥିଙ୍କ ବାରିମୂଳ ଆଶ୍ରମରେ ରହିଥିବା ଏକ ଲଜ୍ ଏବେ ସନ୍ଦେହ ଘେରରେ ରହିଛି । କ୍ରାଇମବ୍ରାଞ୍ଚ ଲଜର ରୁମ୍ ୨୦୮, ୨୦୯ ଓ ୨୧୦ ନମ୍ବର ରୁମରେ ସୋମବାର ଚଢାଉ କରି ଯାଞ୍ଚ କରିଥିଲା । କ୍ରାଇମବ୍ରାଞ୍ଚ ଟିମ କୋଠରୀଗୁଡ଼ିକରେ ଥିବା ବାଥରୁମ୍ ଓ ବେଡରୁମରେ ସିସିଟିଭି କ୍ୟାମେରା ଲାଗିଛି କି ନାହିଁ ତା’ର ଯାଞ୍ଚ କରିବା ସହ ରେଜିଷ୍ଟରରୁ କେଉଁମାନେ ରୁମରେ ରହୁଥିଲେ ତାର ସବିଶେଷ ତଥ୍ୟ ହାସଲ ଲାଗି ଉଦ୍ୟମ କରୁଛି ।

[caption id="attachment_22784" align="aligncenter" width="640"] ପୁରୀ ସାରଥି ସମିତି ।[/caption]

ସାରଥି ଆଶ୍ରମକୁ ମିଳୁଥିବା କୋଟି କୋଟି ଟଙ୍କା ଦାନର ମୁଖ୍ୟ ଭାଗ ସାରଥି ସମିତି ମାଧ୍ୟମରେ ଆସୁଥିଲା । ରାଜ୍ୟରେ ଏଭଳି ୨୭ରୁ ଅଧିକ ସମିତି କାମ କରୁଥିଲା । ସୋମବାର ଭୁବନେଶ୍ୱର ସାରଥି ସମିତି ବିଷୟରେ ଜଣାପଡିଥିବା ବେଳେ ଆଜି ଆଉ କିଛି ଏପରି ସମିତି ସମ୍ପର୍କରେ ସୂଚନା ମିଳିଛି । ବାଲେଶ୍ୱର ସାରଥି ସମିତି ନାଁରେ ରହିଛି ସାରଥି ସମିତି । ଏଥିରେ ୫୯୩ ଜଣ ସଦସ୍ୟ ରହିଛନ୍ତି । ପ୍ରତି ସୋମବାର ହେଉଥିବା ସତସଙ୍ଗରେ ସଦସ୍ୟମାନେ ପ୍ରଣାମୀ ବା ଦାନ ଦେଉଥିଲେ । ସମିତି ସଦସ୍ୟ, ଅଣ ସଦସ୍ୟ, ପ୍ରଣାମୀ ବକ୍ସ ସବୁଥିରୁ ପ୍ରତିମାସରେ ଆଦାୟ ହେଉଥବି ଲକ୍ଷ ଲକ୍ଷ ଟଙ୍କାର ସିଂହଭାଗ ସାରଥି ଆଶ୍ରମକୁ ଯାଉଥିଲା । ଏହି କାରବାର ବିନା ରସିଦରେ ହେଉଥିଲା । ଏହାଛଡା ସାରଥିଙ୍କ ଜନ୍ମଦିନରେ ଭକ୍ତମାନେ ମୂଲ୍ୟବାନ ଉପହାର ବି ଦେଉଥିଲେ ବୋଲି ବାଲେଶ୍ୱର ସାରଥି ସମିତି ଉପସଭାପତି ହରେକୃଷ୍ଣ ଦାସ କହିଛନ୍ତି । ସେହିପରି କଟକ ଡଗରପଡ଼ାରେ ଏକ ଭଡ଼ାଘରେ ପ୍ରାୟ ୪ ବର୍ଷ ଧରି ଚାଲିଥିଲା କଟକ ସାରଥି ସମିତି । ସାରଥି ବିବାଦରେ ଫସିବା ପରଠାରୁ ଏଥିରେ ତାଲା ଝୁଲୁଛି । ବାବାଙ୍କ କାରନାମା ପଦାକୁ ଆସିବା ପରେ ଏହି ସମିତିର କର୍ମକର୍ତ୍ତାଙ୍କ ଦେଖାମିଳୁନାହିଁ ବୋଲି ଘର ମାଲିକ ଚିତ୍ତରଞ୍ଜନ ଦାସ କହିଛନ୍ତି । ସେହିପରି ଭକ୍ତ ସଂଗ୍ରହ ପାଇଁ କାମ କରୁଥିଲା ଆମ ସାରଥି ଅଭିଯାନ । ପ୍ରତିମାସର ଶେଷ ଗୁରୁବାର ବାରିମୂଳ ଆଶ୍ରମରେ ଯେଉଁ ସତସଙ୍ଗ ହେଉଥିଲା ସେଠାକୁ ବସରେ ଭକ୍ତଙ୍କୁ ନିଆଯାଉଥିଲା। ପୁରୀରେ ବି ଏହାର ଏକ ଶାଖା ରହିଥିଲା । ଚାନ୍ଦା କରି ଏଠାରୁ ଭକ୍ତଙ୍କୁ ବସରେ ବାରିମୂଳ ଆଶ୍ରମକୁ ନିଆଯାଉଥିଲା ।

Related story