ତରଭା ଘଟଣାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗାଁର ଦଳୀୟ କର୍ମୀ ସଲମନ ରାଉତଙ୍କ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବି କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏହି ଦାବି କରିଛନ୍ତି। ସେ କହିଛନ୍ତି,“ପୋଲିସ୍ କହୁଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗିରଫ କରାଯାଇଛି। କିନ୍ତୁ ଏ ଘଟଣାର ଷଡ଼ଯନ୍ତ୍ର ଯେଉଁମାନେ ରଚି ଥିଲେ ସେମାନଙ୍କୁ କାହିଁକି […]

sajjansharma

sajjansharma

Rakesh Mallick
  • Published: Monday, 06 February 2017
  • Updated: 06 February 2017, 07:09 PM IST

Sports

Latest News

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗାଁର ଦଳୀୟ କର୍ମୀ ସଲମନ ରାଉତଙ୍କ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବି କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏହି ଦାବି କରିଛନ୍ତି।

ସେ କହିଛନ୍ତି,“ପୋଲିସ୍ କହୁଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗିରଫ କରାଯାଇଛି। କିନ୍ତୁ ଏ ଘଟଣାର ଷଡ଼ଯନ୍ତ୍ର ଯେଉଁମାନେ ରଚି ଥିଲେ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ? ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ? ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏ ଘଟଣାର ଷଡ଼ଯନ୍ତ୍ରକାରୀ। ଆମର ସିଧାସଳଖ ଦାବି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ଗିରଫ କରାଯାଉ। ତରଭା ଗ୍ରାମବାସୀ ସିଧାସଳଖ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।”

ସଜ୍ଜନ ଶର୍ମା ଆହୁରି କହିଛନ୍ତି,“ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଉକ୍ତ ଅପରାଧୀ ଓ ପୋଲିସ୍‌ର କଲ୍ ରେକର୍ଡକୁ ସିଲ୍ କରାଯାଉ ଓ ଯାଞ୍ଚ କରାଯାଉ।”

ସେ କହିଛନ୍ତି,“ବିଜେଡି ଗଣତନ୍ତ୍ର ନୁହେଁ ଗୁଳିରେ ବିଶ୍ୱାସ କରେ। ଦଳ ହିଂସାକୁ ଆୟୁଧ କରିଛି। ଏହା ବିରୋଧରେ ରାଜ୍ୟରେ ଜନମତ ସୃଷ୍ଟି କରାଯିବ। ତରଭା ଗୁଳିକାଣ୍ଡ ଘଟଣା ସଂପର୍କରେ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରାଯିବ। ଏହି କ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତାକାଲି ରାଜ୍ୟର ସମସ୍ତ ସବ୍‌ଡିଭିଜନ୍ ମୁଖ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ।”

ଅନ୍ୟପକ୍ଷରେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୁଁ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଅଛି। ମୋ କଲ୍ ରେକର୍ଡ ଯାଞ୍ଚ କରାଯାଉ। ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କହୁଛି। ବିଜେଡି ହିଂସାରେ ବିଶ୍ୱାସ କରେନି। ଯିଏ ଅପରାଧୀ ସିଏ ଆତ୍ମସମର୍ପଣ କରି ସାରିଛି।”

ସୂଚନାଯୋଗ୍ୟ, ଶନିବାର ସଲମନ ରାଉତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗତକାଲି ଢେଙ୍କାନାଳ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗିରଫ କରାଯାଇଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ତା’ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏ ଘଟଣା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos