ସନ୍ଦେହରେ ମାତାଲ ବିଦେଶିନୀ: ସେକ୍ସ ରାକେଟ୍‌ ସହ ସମ୍ପୃକ୍ତ ନାହାଁନ୍ତି ତ?

ଭୁବନେଶ୍ୱର: ଅତିଥି ଦେବୋ ଭବଃ…। ଓଡ଼ିଶାକୁ ଆସୁଥିବା ଅତିଥିଙ୍କୁ ଭଗବାନର ଆତିଥ୍ୟ ଦିଆଯାଉଛି। ସେମାନଙ୍କ ରହଣୀ ଓ ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦିଆଯାଇଉଛି। ଏହା ସତ୍ତ୍ୱେ ବେଳେ ବେଳେ କିଛି ବିଦେଶୀ ସେମାନଙ୍କ ଆଚରଣରେ ସୀମା ଟପି ଯାଉଛନ୍ତି। ସବୁ ବିଦେଶୀ ଖରାପ ନହେଲେ ମଧ୍ୟ ଅଳ୍ପ କେତେ ଜଣଙ୍କ ପାଇଁ ସମସ୍ତେ ବଦ୍‌ନାମ ହେଉଛନ୍ତି। ଏପରି ଏକ ଉଦାହରଣ ଦେଖିଛି ରାଜଧାନୀ ଭୁବନେଶ୍ୱର। ଖାରବେଳ ନଗର ରବିବାର ବିଳମ୍ୱିତ ରାତି। ଗହଳି ନାହିଁ, […]

bhubaneswar-crime

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 06:57 PM IST

ଭୁବନେଶ୍ୱର: ଅତିଥି ଦେବୋ ଭବଃ...। ଓଡ଼ିଶାକୁ ଆସୁଥିବା ଅତିଥିଙ୍କୁ ଭଗବାନର ଆତିଥ୍ୟ ଦିଆଯାଉଛି। ସେମାନଙ୍କ ରହଣୀ ଓ ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦିଆଯାଇଉଛି। ଏହା ସତ୍ତ୍ୱେ ବେଳେ ବେଳେ କିଛି ବିଦେଶୀ ସେମାନଙ୍କ ଆଚରଣରେ ସୀମା ଟପି ଯାଉଛନ୍ତି। ସବୁ ବିଦେଶୀ ଖରାପ ନହେଲେ ମଧ୍ୟ ଅଳ୍ପ କେତେ ଜଣଙ୍କ ପାଇଁ ସମସ୍ତେ ବଦ୍‌ନାମ ହେଉଛନ୍ତି। ଏପରି ଏକ ଉଦାହରଣ ଦେଖିଛି ରାଜଧାନୀ ଭୁବନେଶ୍ୱର।

ଖାରବେଳ ନଗର ରବିବାର ବିଳମ୍ୱିତ ରାତି। ଗହଳି ନାହିଁ, କାଁଭାଁ ଲୋକେ ଯିବାଆସିବା କରୁଥାନ୍ତି।  ବ୍ୟସ୍ତବହୁ ଦୁନିଆରେ ସମସ୍ତେ ନିଜ କାମ ସାରି ଘରକୁ ଫେରୁଥାନ୍ତି। ଏହି ସମୟରେ ହଠାତ ବିଚ୍‌ ରାସ୍ତା ଉପରେ ଦେଖିବାକୁ ମିଳିଲା ଜଣେ ନିଶାସକ୍ତ ବିଦେଶିନୀଙ୍କ ଉତ୍ପାତ। ଅଭଦ୍ର ଭାଷାରେ ଗାଳିଦେବା ସହିତ ହାତରେ ବୋତଲ ଧରି ରାସ୍ତାର ଏପାଖ ସେପାଖ ହେଉଥିଲେ। ବିଦେଶିନୀଙ୍କ ଏପରି ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପଞ୍ଚିଲା ବେଳକୁ ଯୁବତୀ ଜଣକ ମଦ ବୋତଲ ଧରି ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ। ପାଖରେ ଗଡ଼ୁଥିଲା ମଦ ବୋତଲ। ପୋଲିସ ତାଙ୍କୁ ଡାକିବା କ୍ଷଣି ଯୁବତୀ ଜଣକ ବିରକ୍ତି ପ୍ରକାଶ କରିଥିଲେ। ଏପରିକି ପୋଲିସକୁ ହତ୍ୟା ଧମକ ଦେଇଥିଲେ। ପ୍ରାୟ ଘଣ୍ଟାଏ କସରତ ପରେ ପୋଲିସ ତାକୁ କାବୁ କରି ଥାନାକୁ ନେଇଥିଲା। ତା’ ପାଖରୁ ନଗଦ ୫୦ ହଜାର ଟଙ୍କା, ଏକ ଦାମୀ ଫୋନ୍ ଓ ଏମ୍‌ ଲେଖାଥିବା ଏକ ଚାବି ରିଂ ପୋଲିସ ଜବତ କରିଥିଲା। ବିଦେଶିନୀ ଜଣକ କେଉଁ ହୋଟେଲରେ ରହୁଥିଲେ ଚାବି ରିଙ୍ଗ ହିଁ ଗୁମର ଖୋଲିବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଦେଶିନୀଙ୍କ ଫଟୋ ଥିବା ଏକ ଆଧାର କାର୍ଡ ମଧ୍ୟ ପୋଲିସ ଜବତ କରିଛି। ଯେଉଁଥିରେ ତାଙ୍କ ନାଁ ଦୁନିୟା ଖାନ୍ ଓ ଠିକଣା ଲଜପତନଗର ଦିଲ୍ଲୀ ଉଲ୍ଲେଖ ରହିଛି। ଏହି ଆଧାର କାର୍ଡ ନକଲି ନା ଅସଲି ତାହା ଜଣାପଡ଼ିନି। ପୋଲିସ୍ ଏହାର ତଦନ୍ତ କରୁଛି। ସେ ଭାରତର ନାଗରିକତ୍ୱ ଗ୍ରହଣ କରିଛନ୍ତି କି? କେବେଠାରୁ ଭାରତରେ ରହୁଛନ୍ତି ସେ ସବୁ ଦିଗକୁ ଛାନଭିନ୍ କରୁଛି ପୋଲିସ୍। ଏନେଇ କମିଶନରେଟ ପୋଲିସ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ ରଖିଛି। ତେବେ ପୋଲିସ ମନରେ ସନ୍ଦେହ ଉଠିଛି ବିଦେଶୀ ଜଣକ କୌଣସି ସେକ୍ସ ରାକେଟରେ ସମ୍ପୃକ୍ତ ନାହାନ୍ତି ତ? ଏହି ଦିଗ ଉପରେ ମଧ୍ୟ ତଦନ୍ତ ହେବ।

କିଛିମାସ ତଳେ କିର୍ଗିଜସ୍ଥାନର ଜଣେ ଯୁବତୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଦେହ ଦଲାଲ୍ ସହ ଧରା ପଡ଼ିଥିଲେ। ସଂପୃକ୍ତ ବିଦେଶିନୀ ଟୁରିଷ୍ଟ ଭିସାରେ ସେକ୍ସ କାରବାର ପାଇଁ ପ୍ୟାକେଜରେ ଏଠାକୁ ଆସୁଥିଲେ ବୋଲି ଜଣାପଡ଼ିଥିଲା। ପରେ ଏହାପଛରେ ସେକ୍ସ ସୌଦାଗର ସୁନୀଲ ମେହରର ହାତଥିବା ସାମ୍ନାକୁ ଆସିଥିଲା। ଏଠି ପ୍ରଶ୍ନ ଉଛୁଠି ଏହି ବିଦେଶିନୀଙ୍କୁ ଭୁବନେଶ୍ୱର ଆଣିବାରେ ସୁନୀଲ ମେହେର କିମ୍ବା ଅନ୍ୟ କୌଣସି ଦଲାଲଙ୍କ ହାତ ନାହିଁ ତ?

Related story