ରିମାଣ୍ଡ ସରିବା ପରେ ଜେଲ ଗଲେ ସୁଦୀପ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରିଥିଲା। ଅନ୍ୟପକ୍ଷରେ ଆଜି ସୁଦୀପ ଜାମିନ ପାଇଁ ଆବେଦନ କରିଛନ୍ତି। ସୁଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାଙ୍କୁ ଜେଲ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରାଯାଇଥିବା ତାଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି। ସୁଦୀପ କହିଛନ୍ତି,“ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

sandeepbandopadhya

Rakesh Mallick
  • Published: Thursday, 12 January 2017
  • , Updated: 13 January 2017, 10:39 AM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରିଥିଲା।

ଅନ୍ୟପକ୍ଷରେ ଆଜି ସୁଦୀପ ଜାମିନ ପାଇଁ ଆବେଦନ କରିଛନ୍ତି। ସୁଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାଙ୍କୁ ଜେଲ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରାଯାଇଥିବା ତାଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି।

ସୁଦୀପ କହିଛନ୍ତି,“ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିମୁଦ୍ରାକରଣ ବିରୋଧ କରୁଛନ୍ତି। ତେଣୁ କେନ୍ଦ୍ର ସରକାର ପ୍ରତିଶୋଧମୂଳକ ପଦକ୍ଷେପ ନେଉଛନ୍ତି।”

ସିବିଆଇ ସୁଦୀପଙ୍କୁ ପ୍ରଥମେ ୬ ଦିନ ରିମାଣ୍ଡରେ ନେଇଥିବା ବେଳେ ପରେ ପୁଣି ୪ ଦିନ ରିମାଣ୍ଡରେ ନେଇଥିଲା।

ତାଙ୍କୁ କୋଲକାତାରେ ଗତ ୩ ତାରିଖରେ ଗିରଫ କରାଯାଇଥିଲା।

Related story