ଭୁବନେଶ୍ୱର: ଘରୋଇ କମ୍ପାନିର ପ୍ରବେଶକୁ ବିରୋଧ କରି ଅଟୋ ଚାଳକ ସଂଘର ବିକ୍ଷୋଭ

ଭୁବନେଶ୍ୱର: ଅଟୋ ପରିବହନ କ୍ଷେତ୍ରରେ ଘରୋଇ କମ୍ପାନିର ପ୍ରବେଶକୁ ବିରୋଧ କରି ଆଜି ଭୁବନେଶ୍ୱର ପିଏମ୍ଜି ଛକରେ ଅଟୋ ଚାଳକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଦସ୍ୟମାନେ ଏ ନେଇ ଏକ ରାଲିରେ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଘରୋଇ କମ୍ପାନି ପକ୍ଷରୁ ଅନ୍ଲାଇନ୍‌ ଜରିଆରେ କମ୍ ଦରରେ ଅଟୋ ସେବା ଯୋଗାଇ ଦିଆଯାଉଛି। ଏଥିଯୋଗୁଁ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିବା ଯୁବକମାନେ ପ୍ରଭାବିତ […]

ato

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 08:45 AM IST

ଭୁବନେଶ୍ୱର: ଅଟୋ ପରିବହନ କ୍ଷେତ୍ରରେ ଘରୋଇ କମ୍ପାନିର ପ୍ରବେଶକୁ ବିରୋଧ କରି ଆଜି ଭୁବନେଶ୍ୱର ପିଏମ୍ଜି ଛକରେ ଅଟୋ ଚାଳକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଦସ୍ୟମାନେ ଏ ନେଇ ଏକ ରାଲିରେ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଘରୋଇ କମ୍ପାନି ପକ୍ଷରୁ ଅନ୍ଲାଇନ୍‌ ଜରିଆରେ କମ୍ ଦରରେ ଅଟୋ ସେବା ଯୋଗାଇ ଦିଆଯାଉଛି। ଏଥିଯୋଗୁଁ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିବା ଯୁବକମାନେ ପ୍ରଭାବିତ ହେଉଛନ୍ତି। ତେଣୁ ଘରୋଇ କମ୍ପାନିକୁ ଭୁବନେଶ୍ୱରରେ ଅଟୋ ସେବା ପାଇଁ ଅନୁମତି ପ୍ରଦାନ ନ କରିବାକୁ ସଂଘ ଦାବି କରିଛି।

ଅଟୋ ଚାଳକ ସଂଘର ସଭାପତି ସୁରବାବୁ କହିଛନ୍ତି,“୨୫ ହଜାରରୁ ଅଧିକ ବେକାରୀ ଯୁବକ ଅଟୋ ଚଳାଇ ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ସେମାନେ ଭଡ଼ା କିମ୍ବା ବ୍ୟାଙ୍କରୁ ଋଣ ଆଣି ଅଟୋ ଚଳାଉଛନ୍ତି। କିନ୍ତୁ କିଛି ଘରୋଇ କମ୍ପାନିମାନେ ଆସି ଅନ୍ଲାଇନ୍ ମାଧ୍ୟମରେ କମ୍ ଟଙ୍କାରେ ସେବା ଯୋଗାଇ ଦେଉଛନ୍ତି। ଏହି କମ୍ପାନି ଗୁଡ଼ିକ  ଅଟୋ ମାର୍କେଟକୁ ନିଜ ଅଧୀନକୁ ନେବା ପାଇଁ ଚାହୁଁଛନ୍ତି। ଘରୋଇ କମ୍ପାନି ଗୁଡ଼ିକ ଯାତ୍ରୀମାନଙ୍କୁ କମ୍ ଟଙ୍କାରେ ସେବା ଯୋଗାଇ ଦେବାକୁ କହୁଛନ୍ତି। ଆମେ ରାଜ୍ୟ ସରକାର ଓ ପ୍ରଶାସନ  ନିକଟରେ ଦାବି କରୁଛୁ ଏକ ଆଇନ କରନ୍ତୁ ଅଟୋ ଚାଳକ ମାନଙ୍କୁ ଘଣ୍ଟା ପ୍ରତି କେତେ ଟଙ୍କା ଦିଆଯିବ? ଆମେ ସରକାରଙ୍କ ଏହି ଆଇନକୁ ସ୍ୱାଗତ କରିବୁ। କିନ୍ତୁ ଘରୋଇ କମ୍ପାନିକୁ ମାର୍କେଟକୁ ପଶିବାକୁ ଦେବୁ ନାହିଁ। ସେହିପରି ଆମେ ଅଟୋରେ ଚାରି ଜଣ  ପାସେଞ୍ଜର ନେଲେ ଆମକୁ  ଫାଇନ୍ ଦେବାକୁ ପଡ଼ୁଛି।  ଆମେ ଯାତ୍ରୀ  ସେବା ଯୋଗାଇ ଦେଉଥିବାରୁ  ଆମକୁ ସରକାର ସହାନୁଭୂତି  ଦେଖାଇବା ବଦଳରେ ଆମ ଉପରେ ଜୁଲୁମ କରାଯାଉଛି। ଏହି ଜୁଲୁମ  ବିରୋଧରେ   ଆଜି ଆମେ ରାଜରାସ୍ତାକୁ ଓହ୍ଲାଇଛୁ।”

ଜଣେ ଅଟୋ ଚାଳକ କହିଛନ୍ତି,“ଘରୋଇ କମ୍ପାନିଗୁଡ଼ିକ ଅଟୋ ବାଲାଙ୍କୁ ପ୍ରଲୋଭନ ଦେଖାଉଛନ୍ତି। କିଛି ଅଟୋ ବାଲାଙ୍କୁ ସଂଘରୁ ଭିଡି ନେଉଛନ୍ତି।  କମ୍ପାନିଗୁଡ଼ିକ ମାକେର୍ଟକୁ ପଶିବାକୁ ଚାହୁଁଛନ୍ତି। ଗୋଟିଏ ସ୍ଥାନକୁ ଯିବା ପାଇଁ ଆମେ ୧୨୦ ଟଙ୍କା ନେଉଥିବା ବେଳେ ସେମାନେ ୬୦ ଟଙ୍କା ନେଉଛନ୍ତି। ଆଉ ଅବଶିଷ୍ଟ ଟଙ୍କା କମ୍ପାନି ତାଙ୍କୁ ଦେଉଛି। ଆମେ ଗ୍ରାହକଙ୍କ ପାଖରୁ ଠିକ୍ ପ୍ରାପ୍ୟ ନେଉଛୁ।”

Related story