ନିଜ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଷଡଯନ୍ତ୍ର କରିଥିଲେ ନବୀନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ ବିଧାନସଭା ନିର୍ବାଚନରେ ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯାଇଥିଲା। ଏଥିରେ ସେ ହାରି ଯାଇଥିଲେ। ଏହି ପରାଜୟ ପଛରେ ରଚା ଯାଇଥିଲା ଷଡଯନ୍ତ୍ର। ଏପରି ସାଂଘାତିକ ଅଭିଯୋଗ ଆଣି ଶାସକ ବିଜେଡି ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଜେପୁର ବିଜେଡି  ବିଧାୟକ ଅଶୋକ ପାଣିଗ୍ରାହୀ। ସେ କହିଛନ୍ତି-“୨୦୧୪ ମସିହାରେ ମୋ ପ୍ରାର୍ଥୀ ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଥିଲା। କଳ୍ପତରୁ ଦାସ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 05:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ ବିଧାନସଭା ନିର୍ବାଚନରେ ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯାଇଥିଲା। ଏଥିରେ ସେ ହାରି ଯାଇଥିଲେ। ଏହି ପରାଜୟ ପଛରେ ରଚା ଯାଇଥିଲା ଷଡଯନ୍ତ୍ର। ଏପରି ସାଂଘାତିକ ଅଭିଯୋଗ ଆଣି ଶାସକ ବିଜେଡି ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଜେପୁର ବିଜେଡି  ବିଧାୟକ ଅଶୋକ ପାଣିଗ୍ରାହୀ।

ସେ କହିଛନ୍ତି-“୨୦୧୪ ମସିହାରେ ମୋ ପ୍ରାର୍ଥୀ ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଥିଲା। କଳ୍ପତରୁ ଦାସ ଥିଲେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥାଆନ୍ତା। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ କଳ୍ପତରୁ ମୋ’ ସହ କଥା ହୋଇଥିଲେ ଓ ମୋତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ କହିଥିଲେ। ସ୍ୱାଧୀନ ପ୍ରାର୍ଥୀ ହେଲେ ଦଳ ବିରୋଧୀ ହେବ ବୋଲି ମୁଁ କହିଥିଲି। କିନ୍ତୁ କଳ୍ପତରୁ କହିଥିଲେ ତୁମେ ଛିଡ଼ା ହୁଅ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି। କଳ୍ପତରୁଙ୍କ କଥାରେ ବିଶ୍ୱାସ କରି ସ୍ୱାଧୀନ ପ୍ରାର୍ଥୀ ହେଲି। ହେଲେ ନିର୍ବାଚନ ପରେ ଦଳ ବିରୋଧୀ କାର୍ଯ୍ୟ କହି ମୋତେ ଦଳରୁ ବହିଷ୍କାର କରାଗଲା।”

ସେ କହିଥିଲେ-“ଗତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ବିଜେଡିରୁ ଠିଆ ହୋଇ ବିଜେପୁରରୁ ହାରିଥିଲେ। ଉପ ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯିବାରେ ଅସୁବିଧା କେଉଁଠି ଥିଲା?”

ଏପଟେ ଅଶୋକଙ୍କ ଏହି ଅଭିଯୋଗ ସଂପୂର୍ଣ ମିଛ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତିନିବର୍ଷ ଚୁପ୍‌ ରହିଲା ପରେ ଏବେ ଅଶୋକ ଏପରି ଅଭଯୋଗ ଆଣିବାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅଶୋକ ସତ କହୁଛନ୍ତି, ନା  ବିଜେଡିରୁ ନିଲମ୍ୱନ ପରେ ଟିକଟ ପାଇବାର ଆଶା ଭାଙ୍ଗିଯିବାରୁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି ତାହା ମଧ୍ୟ ବିତର୍କ ଯୋଗ୍ୟ।

ବିଜେପୁର ଉପନିର୍ବାଚନ ପୂର୍ବରୁଏହି ଷଡଯନ୍ତ୍ର ଥିଓରି ଅବତାରଣା ପଛରେ ଅଶୋକଙ୍କ କି ଉଦ୍ଦେଶ୍ୟ ରହିଛି?  ୨୦୧୪ ନିର୍ବାଚନ ପରେ ବି ତିନିବର୍ଷ ଧରି କାହିଁକି ଚୁପ ଥିଲେ ଅଶୋକ ? ବିଜେପୁରରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନିଜ ଆଡକୁ ନେବାକୁ ଏହା ଏକ ଚାଲ କି? ଏବେ ବିଜେଡିରୁ ଟିକେଟ ଆଶା ମଉଳିବା ପରେ ବିଜେପି ଯିବାକୁ ଅଶୋକ ଏପରି କହିନାହାଁନ୍ତି ତ? ଅଶୋକଙ୍କ ବିସ୍ଫୋରକ ବୟାନ ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ବିଜେପୁରରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ନିଷ୍ପତ୍ତି ନିଆଯାଇନି। ଏବେ ସମୟ ଆସିନି, ଆସିଲେ ନିଷ୍ପତ୍ତି ନିଆଯିବ।”

Related story