ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ପରାମର୍ଶଦାତା ବିଜୟ କୁମାର

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ କହିଥିଲେ,“ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଓଡ଼ିଶା ଗସ୍ତ ବି ସୌଜନ୍ୟମୂଳକ। ବହୁତ ଦିନ ହେଲା ଓଡ଼ିଶା ଆସି ନ ଥିଲି।” ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରକୁ ବିଜୟ କୁମାର ପ୍ରଶଂସା କରିଛନ୍ତି। ସେ କହିଥିଲେ,“ଏହି ଅପରେସନ୍‌ରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍ ମଧ୍ୟରେ ଭଲ ବୁଝାମଣା […]

bijay-kumar

Rakesh Mallick
  • Published: Saturday, 05 November 2016
  • , Updated: 05 November 2016, 09:37 PM IST

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ କହିଥିଲେ,“ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଓଡ଼ିଶା ଗସ୍ତ ବି ସୌଜନ୍ୟମୂଳକ। ବହୁତ ଦିନ ହେଲା ଓଡ଼ିଶା ଆସି ନ ଥିଲି।”

ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରକୁ ବିଜୟ କୁମାର ପ୍ରଶଂସା କରିଛନ୍ତି। ସେ କହିଥିଲେ,“ଏହି ଅପରେସନ୍‌ରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍ ମଧ୍ୟରେ ଭଲ ବୁଝାମଣା ରହିଛି ବୋଲି ପ୍ରମାଣିତ ହୋଇଛି।”

ମାଲକାନଗିରିରେ ମାଓବାଦୀଙ୍କ ପ୍ରଭାବ କମିଛି ବୋଲି ସେ କହିଥିଲେ।

ବିଜୟ କୁମାର କହିଥିଲେ,“ପୋଲିସ୍ ଇନଫର୍ମର ସନ୍ଦେହର ମାଓବାଦୀମାନେ ସାଧାରଣ ଲୋକଙ୍କୁ ମାରିବା ନିନ୍ଦନୀୟ ଓ ଅମାନବୀୟ। ମାଓନେତାମାନଙ୍କୁ ଆଲୋଚନା କରିବାକୁ ବିଭିନ୍ନ ସମୟରେ କୁହାଯାଇଛି, କିନ୍ତୁ ସେମାନେ ଆସୁନାହାନ୍ତି।”

ବିଜୟ କୁମାରଙ୍କ ସହିତ ସିଆର୍‌ପିଏଫ୍‌ ଡିଜି କେ. ଦୁର୍ଗାପ୍ରସାଦ  ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି।

ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ୍‌ର ମିଳିତ ଅପରେସନ୍‌ରେ ଗତ ମାସରେ ୩୦ ମାଓବାଦୀ ନିହତ ହୋଇଥିଲେ। ଏହା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ଓ ସିଆର୍‌ପିଏଫ୍ ଡିଜିଙ୍କ ଗସ୍ତରେ ଆସିଥିବାରୁ ମାଓ ଅପରେସନ୍‌ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି।

Related story